ଓଡ଼ିଶା ପରେ ଉତ୍ତରପ୍ରଦେଶରେ ହଟିଲା ନାଇଟ କର୍ଫ୍ୟୁ

ଲଖନଉ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାରର ପ୍ରତିବନ୍ଧକକୁ କମାଇଦିଆଯାଉଛି | ଏହି କ୍ରମରେ ଉତ୍ତରପ୍ରଦେଶ ସରକାର ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି | ପୂର୍ବରୁ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଥିଲା |

ସୂଚନା ଥାଉ କି ଗତକାଲି ଓଡ଼ିଶାରେ ମଧ୍ୟ ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଥିଲା | ସାରା ରାଜ୍ୟରେ କୋଭିଡ ମାମଲା କମୁଥିବାରୁ ନାଇଟ କର୍ଫ୍ୟୁ ହଟାଇଦିଆଯିବାକୁ ଗତକାଲି ନିଷ୍ପତ୍ତି ନିଆଯାଇଥିଲା |

ସୂଚନା ଥାଉ କି ରାଜ୍ୟର ସମସ୍ତ ସହରାଞ୍ଚଳରେ କୋଭିଡ କଟକଣା ହେତୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ଥିଲା । ଆଉ ଫେବ୍ରୁଆରି ଗାଇଡଲାଇନରେ ରାତ୍ରିକାଳୀନ କର୍ଫ୍ୟୁ ଆସନ୍ତା ୨୮ ତାରିଖ ଯାଏଁ ବଳବତ୍ତର ରହିବ ବୋଲି କୁହାଯାଇଥିଲା | କିନ୍ତୁ କୋଭିଡ ମାମଲା କମୁଥିବାରୁ ଗତକାଲି ନାଇଟ କର୍ଫ୍ୟୁକୁ ହଟାଇଦିଆଯାଇଥିଲା |

ସମ୍ବନ୍ଧିତ ଖବର