କର୍ଣ୍ଣାଟକରୁ ହଟିଲା ନାଇଟ କର୍ଫ୍ୟୁ

ବେଙ୍ଗାଲୁରୁ: ବ୍ରିଟେନ‌ରୁ ଆରମ୍ଭ ହୋଇଥିବା ଏହି ନୂଆ ସଂକ୍ରମଣ ଏବେ ଧୀରେ ଧୀରେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଥିଲେ। ଏହି ଘୋଷଣାକୁ କର୍ଣ୍ଣାଟକ ସରକାର ଫେରାଇ ନେଇଛନ୍ତି।

ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ରାତିରେ ସ୍ବାସ୍ଥ୍ୟମନ୍ତ୍ରୀ କୋଭିଡ-୧୯ ପାଇଁ ରାଜ୍ୟର (ଟିଏସି)ର ସଦସ୍ୟ ଓ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଗତ ବୁଧବାର ରାତିରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରିଥିଲେ । ଏହି କର୍ଫ୍ୟୁ ନିଷ୍ପତ୍ତିକୁ ଆଜି ହଟାଇ ଦିଆଯାଇଛି। ଏଥିସହିତ ଲୋକମାନଙ୍କୁ ଫେସମାସ୍କ ବ୍ୟବହାର କରିବା ସହିତ ହାତକୁ ନିୟମିତ ବ୍ୟବଧାନରେ ଧୋଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ଏତିକି ନୁହେଁ ସାମାଜିକ ଦୂରତାକୁ ମାନି ଚଳିବା ପାଇଁ ବି ଅନୁରୋଧ କରିଛନ୍ତି।

ଏହା ସହ ରାଜ୍ୟକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ କୋଭିଡ୍-୧୯ର ନେଗେଟିଭ ରିପୋର୍ଟ ସାଥିରେ ନେଇ ଆସିବାକୁ ପଡିବ | ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ଘଣ୍ଟା ମଧ୍ୟରେ କୋଭିଡ-୧୯ଆରଟି-ପିସିଆର ପରୀକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାର କହିଥିଲେ।

ସମ୍ବନ୍ଧିତ ଖବର