କରାଚୀ : ପାକିସ୍ତାନ ସରକାର ବେଲୁଚିସ୍ତାନରେ ରାତି ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପାକିସ୍ତାନ ସରକାରଙ୍କୁ ନିୟମିତ ଟାର୍ଗେଟ କରୁଥିବା ବେଲୁଚ ବିଦ୍ରୋହୀଙ୍କ ନିୟମିତ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅଂଚଳରେ ସୁରକ୍ଷା ପରିସ୍ଥିତି ଖରାପ ହେଉଥିବାରୁ ବେଲୁଚିସ୍ତାନ ରାଜ୍ୟ ସରକାର ଅନେକ ଜିଲ୍ଲାର ପ୍ରମୁଖ ରାଜପଥରେ ରାତିରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ବିଶେଷକରି ସାଧାରଣ ପରିବହନ ପାଇଁ ଏହି କଟକଣା ଲାଗୁ ହେବ।
ସୂଚନା ଅନୁଯାୟୀ ଗ୍ୱାଦର, କାଚି, ଝୋବ, ନୋଶକି ଏବଂ ମୁସାଖେଲ ଜିଲ୍ଲାର ଡେପୁଟି କମିଶନରମାନେ ରାତିରେ ଯାତ୍ରା ନିଷେଧ କରିବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। କ୍ୱେଟା ପ୍ରଶାସନ ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ସହର ଛାଡିବାକୁ ଥିବା ସାଧାରଣ ପରିବହନ ଗାଡ଼ିଗୁଡ଼ିକୁ ରାତିରେ ରାସ୍ତାରେ ଚଳାଚଳ କରିବାରୁ ନିଷେଧ କରାଯିବ।
ବିଦ୍ରୋହୀଙ୍କ ଆକ୍ରମଣ ଶାହବାଜ ସରକାରଙ୍କୁ ଏତେ ଭୟଭୀତ କରିଛି ଯେ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷେଧାଜ୍ଞା କେବଳ ନାଗରିକଙ୍କ ସୁରକ୍ଷା ପାଇଁ ନୁହେଁ ବରଂ ଏହା ଦର୍ଶାଉଛି ଯେ ବିଦ୍ରୋହୀମାନେ ସରକାରଙ୍କ ପାଇଁ କିପରି ଏକ ଗମ୍ଭୀର ଚ୍ୟାଲେଞ୍ଜ ପାଲଟିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/30/QpK9oLVMEA5vgywd991F.jpeg)