ନୂଆଦିଲ୍ଲୀ: ଦକ୍ଷିଣ ୟୁରୋପର ମଧ୍ୟ ବାଲକନ ପ୍ରାୟଦ୍ବୀପସ୍ଥିତ ଉତ୍ତର ମାସିଡୋନିଆର କୋକାନିରେ ଥିବା ପଲ୍ସ ନାଇଟ କ୍ଲବ ଏକ ଲୋକପ୍ରିୟ କ୍ଲବ ମଧ୍ୟରୁ ଗୋଟିଏ। ଏହି କ୍ଲବରେ ଶନିବାର-ରବିବାର ବିଳମ୍ବିତ ରାତି ୨ଟା ସମୟରେ ହଠାତ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନେଇ ଉତ୍ତର ମାସିଡୋନିଆର ସରକାରୀ ସମାଚାର ଏଜେନ୍ସି ଗୃହ ମନ୍ତ୍ରଣାଳୟକୁ ଉଦ୍ଧୃତ କରି ଏହି ସୂଚନା ଦେଇଛି।
ଦୁଃଖର ବିଷୟ କି ଏହି ଅଗ୍ନିକାଣ୍ଡର ଖବର ଲେଖାହେଲା ପର୍ଯ୍ୟନ୍ତ ଏଥିରେ ୫୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି। ମୃତକଙ୍କ ପରିଚୟ ଖୋଜା ଚାଲିଛି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଉଦ୍ଧାର କାର୍ଯ୍ୟରେ ଥିବା ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପଲ୍ସ ନାଇଟ କ୍ଲବରେ ଲୋକପ୍ରିୟ ହିପ-ହପ କପୁଲ ଏଡିଏନଙ୍କ ଲାଇଭ ସୋ’ ଚାଲିଥିଲା। ଏହି ସୋ’ ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ପ୍ରାୟ ଘଟଣାସ୍ଥଳରେ ୧୫୦୦ଲୋକ ଏକଜୁଟ ହୋଇଥିଲେ।
ଏହି ସମୟରେ କ୍ଲବରେ ଅଗ୍ନିକାଣ୍ଡ ଘଟିଥିଲା। ଯିଏ ଯେଉଁଆଡେ ପାଇଥିଲେ ଜୀବନବିକଳରେ ଦୌଡ଼ି ଚାଲି ଯାଇଥିଲେ। କ୍ଲବରେ ଥିବା ପାୟରୋରେ ଯାନ୍ତ୍ରିକ ତ୍ରୁଟି ହେତୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ନିଆଁ ଲାଗିବାର କିଛି କ୍ଷଣି ମଧ୍ୟରେ ଏହାର ଚାରିଆଡ଼କୁ ବ୍ୟାପି ଯାଇଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କ୍ଲବଟି ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଛି। କ୍ଲବ ଭିତରେ ଓ ତାର ଆଖପାଖ ଅଞ୍ଚଳ ଧୁଆଁରେ ଭରି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/16/8TNnXUOm1b6Y6N3fHPj3.jpg)