ନିକ୍‌ ମୋତେ ପ୍ରଥମ ସାକ୍ଷାତରେ ଚୁମ୍ବନ ଦେଇ ନଥିଲେ

ଗୋଟିଏ ଗୋଡ଼ରେ ଆଣ୍ଠେଇ ପଡ଼ିଥିଲେ

ମୁମ୍ବାଇ : ଦୀପ୍‌-ବୀରଙ୍କ ପରେ ଡିସେମ୍ବର ୨ରେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଯାଉଛନ୍ତି ନିକ୍‌ୟାଙ୍କା। ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ଦୁହିଁଙ୍କ ବିବାହ ଉପରେ ରହିଛି ସମସ୍ତଙ୍କ ନଜର । ପ୍ରିୟଙ୍କା ଏବଂ ନିକ୍‌ ବିବାହ ପାଇଁ ଯୋଧପୁରରେ ପହଞ୍ଚି ସାରିଥିବା ବେଳେ ପ୍ରିୟଙ୍କା ଆମେରିକାର ଏକ ପତ୍ରିକାରୁ ଦେଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସାକ୍ଷାତକାରରେ ନିକ୍‌ଙ୍କ ସହ ତାଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହୋଇଥିଲା ସେ ଜଣାଇଛନ୍ତି। ତାଙ୍କ କହିବା ଅନୁଯାୟୀ, କ୍ୱାଣ୍ଟିକୋରେ ମୋତେ ଦେଖି ନିକ୍‌ ମୋ ସହ-କଳାକାରଙ୍କ ଆଗରେ ମୋର ପ୍ରଶଂସା କରିଥିଲେ । ଏହା ପରେ ନିକ୍‌ ମେତେ ଟୁଇଟ୍‌ରରେ ମେସେଜ୍‌ କରିଥିଲେ । ସେ ମେସେଜ୍‌ ସମସ୍ତେ ପଢ଼ିପାରୁ ଥିବାରୁ ମୁଁ ତାଙ୍କୁ ମୋ ନମ୍ବର ଦେଇ ମୋତେ ବ୍ୟକ୍ତିଗତ ଭାବରେ ମେସଜ୍‌ ପଠାଇବା ପାଇଁ କହିଥିଲି । କିଛି ଦିନ କଥା ହେବା ପରେ ଆମେ ଦୁହେଁ ମେଟ୍‌ ଗାଲା- ୨୦୧୭ରେ ଏକାଠି ନଜର ଆସିଥିଲୁ । ଏହା ପରେ ଆମ ଦୁହିଁଙ୍କ ମଧ୍ୟରେ କିଛି ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଏହି ଚର୍ଚ୍ଚା ହେବା ପରେ ମୁଁ ଥରେ ସଂନ୍ଧ୍ୟାରେ ନିକ୍‌ଙ୍କୁ ମୋ ଘରକୁ ଡ଼ାକିଥିଲି । ଘରେ ମୋ ମା’ ମଧ୍ୟ ଥିଲେ । ବେଶ୍‌ କିଛି ଘଣ୍ଟା ଆମେ ଦୁହେଁ ଏକାନ୍ତରେ ବସି କଥା ହେବା ପରେ ନିକ୍‌ ଯିବା ପୂର୍ବରୁ ମୋ ପିଠିକୁ ଥାପୁଡ଼ାଇ ପ୍ରସ୍ଥାନ କରିଥିଲେ । ସେ ସମୟରେ ଆମ ପାଖରେ କେହି ନ ଥାଇ ମଧ୍ୟ ନିକ୍‌ ମୋତେ ଚୁମ୍ବନ ଦେଇ ନ ଥିଲେ । ମା’ ଆମ ପାଖରେ ନ ଥାଇ ଘରେ ଥିବାରୁ ତାଙ୍କୁ ସମ୍ମାନ ଜଣାଇ ସେ ଏପରି କରିଥିଲେ ବୋଲି ମୋତେ ଜଣାଇଥିଲେ ।ତିନି ଥର ଡେଟ୍‌ରେ ଯିବା ପରେ ନିକ୍‌ ତାଙ୍କ ମା’ଙ୍କୁ କଲ୍‌ କରି ମୋତେ ବିବାହ କରିବାକୁ ଚାହୁଁଥିବା କହିଥିଲେ । ମୋ ଜନ୍ମଦିନରେ ଯେତେବେଳେ ଆମେ ଦୁହେଁ ଗ୍ରୀସ୍‌ ଯାଇଥିଲୁ,ସେତେବେଳେ ନିକ୍‌ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ପରେ ମୁଁ କିଛି ସମୟ ପାଇଁ ଚୁପ୍‌ ହୋଇ ଯାଇଥିଲି । ୪୫ ସେକେଣ୍ଡ ଚୁପ୍‌ ହେବା ପରେ ନିକ୍‌ ମୋ ଚୁପ୍‌ ରହିବାର ଅନ୍ଦାଜରୁ ମୋ ଉତ୍ତର ଜାଣିଯିବା ସହ ମୋତେ ମୁଦି ପିନ୍ଧାଇଥିଲେ ବୋଲି ପ୍ରିୟଙ୍କା କହିଛନ୍ତି । ଅନ୍ୟପକ୍ଷରେ ଜୋନାସ୍ ଏହି ପତ୍ରିକାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଯେତେବେଳେ ପ୍ରଥମ ଥର ପାଇଁ ମୁଁ ପ୍ରିୟଙ୍କାଙ୍କୁ ଭେଟିଥି‌ଲି ସେତେବେଳେ ଲୋକଙ୍କ ଉପସ୍ଥିତିରେ ହାତରେ ଥିବା ପାନୀୟକୁ ରଖିଦେଇ ପ୍ରିୟଙ୍କାଙ୍କ ନିକଟରେ ଗୋଟିଏ ଗୋଡ଼ରେ ଆଣ୍ଠେଇ ପଡ଼ିଥିଲି। ପ୍ରିୟଙ୍କା ଏହି ଅଙ୍ଗଭଙ୍ଗୀରୁ ମୋ ମନକଥା ଅର୍ଥାତ ବିବାହ ପ୍ରସ୍ତାବ କଥା ବୁଝିଯାଇଥିଲେ।

ସମ୍ବନ୍ଧିତ ଖବର