ନୂଆଦିଲ୍ଲୀ: ଚିନ୍ତା କରନି। ଆମେ ସୁରକ୍ଷିତ ବାହାରକୁ ଆଣିବୁ। ଉଦ୍ଧାରକାରୀ ଟିମରେ ଥିବା ଜଣେ ଅଧିକାରୀ ଫସିରହିଥିବା ଶ୍ରମିକଙ୍କୁ ଏଭଳି କହିଥିବା ଜଣାପଡ଼ିଛି। ରବିବାର ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କ୍ୟାରାରୁ ଦାଣ୍ଡଲଗାଓଁ ପର୍ଯ୍ୟନ୍ତ ନିର୍ମାଣାଧୀନ ଏକ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ୪୦ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା କହିଛନ୍ତି ଯେ ମଙ୍ଗଳବାର ରାତି କିମ୍ବା ବୁଧବାର ସୁଦ୍ଧା ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି।
Aapko kuch chahiye...: Rescue officials contact a worker trapped under the Uttarkashi tunnel debris. #Exclusive #uttarkashi #accident #uttarakhand #india #breakingnews #tunnelaccident #tunnel #news pic.twitter.com/LYOOm7Vrei
— News18 (@CNNnews18) November 14, 2023
ତେବେ ଏମଧ୍ୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କିଭଳି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ କରିବା ସହ ଫସି ରହିଥିବା ଶ୍ରମିକଙ୍କ ମନୋବଳ ବଢ଼ାଉଛନ୍ତି, ତାହା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି ଯେ, ଜଣେ ଅଧିକାରୀ ଫସି ରହିଥିବା ଶ୍ରମିକଙ୍କୁ ଚିନ୍ତା ନକରିବାକୁ କହୁଛନ୍ତି। ଏହା ସହ ଆମେ ଖୁବଶୀଘ୍ର ଅତି ସହଜରେ ଆପଣମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବୁ ବୋଲି ଜଣାଉଛନ୍ତି। ଅଧିକାରୀଙ୍କ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ତେବେ ଟନେଲ ଭିତରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଝାଡଖଣ୍ଡର, ୮ଜଣ ଉତ୍ତରପ୍ରଦେଶର, ୩ଜଣ ପଶ୍ଚିମବଙ୍ଗର, ୫ଜଣ ଓଡ଼ିଶାର, ୨ଜଣ ଉତ୍ତରପ୍ରଦେଶ ଓ ହିମାଚଳର ଏବଂ ୪ଜଣ ବିହାରର।