ନ୍ୟୂୟର୍କ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲି ସୋମବାର ବିଶ୍ବ ପରିବେଶ ଦିବସରେ ଭାରତ ବିରୋଧରେ ଏକ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଭାରତ ହେଉଛି ସବୁଠୁ ବଡ଼ ପ୍ରଦୂଷଣକାରୀ। ନିକ୍କି ହାଲି ତାଙ୍କର ଏହି ଟିପ୍ପଣୀରେ ଏକ ବିବାଦ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି କହିଛନ୍ତି ଯେ ଆମକୁ ଯଦି ପରିବେଶ ସୁରକ୍ଷା ଦିଗରେ ଗମ୍ଭୀର ହେବାର ଅଛି ତେବେ ଆମକୁ ଭାରତ ଏବଂ ଚୀନ୍କୁ ରୋକିବାକୁ ପଡ଼ିବ। ସେମାନେ ସବୁଠୁ ବଡ଼ ପ୍ରଦୂଷଣକାରୀ। ନିକ୍କିଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ କଡ଼ା ସମାଲୋଚନା କରିଛନ୍ତି। ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ତଥ୍ୟ ଦେଇ ନିକ୍କିଙ୍କୁ କଡ଼ା ଜବାବ ଦେଇଛନ୍ତି। ସବୁଠାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ରାଷ୍ଟ୍ରର ତାଲିକା ଦେଇ ଜଣେ ଦର୍ଶାଇଛନ୍ତି ଯେ ଆମେରିକା ଏହି ତାଲିକାର ଶୀର୍ଷରେ ରହିଛି।
ଭାରତ ସବୁଠୁ ବଡ଼ ପ୍ରଦୂଷଣକାରୀ କହି ବିବାଦ ସୃଷ୍ଟି କଲେ ନିକି ହାଲି
/sambad/media/post_attachments/wp-content/uploads/2023/06/nikki.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)