ଆଟ୍‌ଲାଣ୍ଟା: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ସରଗରମ ହେବାକୁ ଲାଗିଛି। ପ୍ରତିପକ୍ଷଙ୍କୁ କଟାକ୍ଷ କରିବାକୁ ନେଇ ସର୍ବଦା ଚର୍ଚ୍ଚା‌ରେ ରହିଥିବା ଟ୍ରମ୍ପ ବର୍ତମାନ ତାଙ୍କର ପ୍ରତିଦ୍ବନ୍ଦ୍ବୀ ତଥା ଭାରତୀୟ ବଂଶୋଦ୍ଭବ ନିକି ହାଲିଙ୍କୁ ‘ନିମ୍ବାରା’ ବୋଲି କଟାକ୍ଷ କରିଛନ୍ତି। ଏହାକୁ ନେଇ ସେଠାକାର ରାଜନୀତି ସରଗରମ ହୋଇଛି। ଦକ୍ଷିଣ କାରୋଲିନାରେ ଭାରତୀୟ ପିତାମାତାଙ୍କ ଠାରୁ ଜନ୍ମିତ ନିମ୍ରତା ନିକି ରାନ୍ଧୱା ୧୯୯୬ରେ ଜଣେ ଆମେରିକୀୟଙ୍କୁ ବିବାହ କରିବା ପରେ ନିଜ ନାମକୁ ନିକି ହାଲିରେ ପରିବର୍ତିତ କରିଥିଲେ। ତେବେ ଟ୍ରମ୍ପ ତାଙ୍କୁ ନିମ୍ବାରା ବୋଲି ସମ୍ବୋଧନ କରିବା ପଛରେ ନିକିଙ୍କ ବର୍ଣ୍ଣ ଓ ଜାତିକୁ କଟାକ୍ଷ କରାଯାଇଛି ବୋଲି ଟ୍ରମ୍ପଙ୍କ ପ୍ରତିପକ୍ଷ ଅଭିଯୋଗ କରିଛନ୍ତି।