ୱାସିଂଟନ୍: ନିଜ ଦଳ ରିପବ୍ଲିକାନ୍ ପାର୍ଟିର ଆଭ୍ୟନ୍ତରୀଣ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲିଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜିତ କରିଛନ୍ତି। ଶନିବାର ଅନୁଷ୍ଠିତ ଏହି ପ୍ରାଥମିକ ମନୋନୟନ ପ୍ରକ୍ରିୟାରେ ନିକିଙ୍କୁ ତାଙ୍କ ନିଜ ରାଜ୍ୟ ସାଉଥ୍ କାରୋଲିନାରେ ବିପୁଳ ଭୋଟରେ ହରାଇ ଟ୍ରମ୍ପ ନିଜର ପ୍ରାର୍ଥିତ୍ବକୁ ସୁଦୃଢ଼ କରିଛନ୍ତି। ଏହା ପୂର୍ବରୁ, ଆଇୱା, ନ୍ୟୁ ହାମ୍ପସାୟର୍, ନେଭାଦା ଓ ୟୁଏସ୍ ଭିର୍ଜିନ୍ ଆଇଲ୍ୟାଣ୍ଡରେ ଅନୁଷ୍ଠିତ ପ୍ରାଥମିକ ଚୟନ ପ୍ରକ୍ରିୟାରେ ଟ୍ରମ୍ପ ବିଜୟ ହାସଲ କରିସାରିଛନ୍ତି। ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯିବା ପାଇଁ ନିକିଙ୍କ ଉପରେ ଅଧିକ ଚାପ ରହିଥିଲା, କିନ୍ତୁ ସେ ନିଜ ରାଜ୍ୟ ସାଉ୍ଥ କାରୋଲିନାରେ ପରାଜୟ ବରଣ ନକରିବା ଯାଏଁ ଏଥିରୁ ଓହରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ନିକି ହେଲି ୨୦୧୧ରୁ ୨୦୧୭ ମଧ୍ୟରେ ସାଉଥ୍ କାରୋଲିନା ଗର୍ଭର୍ଣ୍ଣର ଭାବେ ଦାୟିତ୍ବ ସମ୍ଭାଳିଥିଲେ। ନିଜ ରାଜ୍ୟରେ ଟ୍ରମ୍ପଙ୍କୁ ହରାଇବାକୁ ସବୁ ଶକ୍ତି ଖଟାଇଥିଲେ । ସେଠାରେ ଟ୍ରମ୍ପ୍ ମଧ୍ୟ ସର୍ବାଧିକ ନିର୍ବାଚନ ରାଲିର ଆୟୋଜନ କରିଥିଲେ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟ୍ରମ୍ପ ନିଜର ବିଜୟ ଅଭିଭାଷଣରେ ସମର୍ଥକଙ୍କୁ କହିଥିଲେ ଏହା ପୂର୍ବରୁ ରିପବ୍ଲିକାନ୍ ଦଳ ଏଭଳି ଏକଯୁଟ ହୋଇନଥିଲା। ଏହି ଏକତାକୁ ନେଇ ଆମକୁ ଆଗକୁ ବଢ଼ିବାକୁ ହେବ ଏବଂ ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ସେ କହିଥିଲେ।
ନିଜ ରାଜ୍ୟରେ ଟ୍ରମ୍ପଙ୍କଠାରୁ ପରାଜିତ ହେଲେ ନିକି ହାଲି
/sambad/media/post_attachments/wp-content/uploads/2024/02/trump.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)