ନୂଆଦିଲ୍ଲୀ: ବିଶିଷ୍ଟ ଭାରତୀୟ-ଆମେରିକୀୟ ନେତ୍ରୀ ନିକ୍କି ହେଲି ମଙ୍ଗଳବାର ଠାରୁ ରାଷ୍ଟ୍ରପତି ପଦ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି ୨୦୨୪ରେ ହ୍ୱାଇଟ୍ ହାଉସ୍ ପାଇଁ ତାଙ୍କ ଦଳର ପ୍ରାର୍ଥୀ ହେବାରେ ପ୍ରଥମ ରିପବ୍ଲିକାନ୍ ହୋଇଛନ୍ତି । ୫୧ ବର୍ଷୀୟ ହେଲି ଦୁଇ ଥର ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ଏବଂ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଅଛନ୍ତି । ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର ତଥା ଭାରତୀୟ ବଂଶୋଦ୍ଭବ ୫୧ ବର୍ଷୀୟ ପୂର୍ବତନ ଗଭର୍ଣ୍ଣର ଏକ ଭିଡିଓ ବିବୃତିରେ କହିଛନ୍ତି, ମୁଁ ନିକ୍କି ହେଲି ଏବଂ ମୁଁ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଅଛି ।

Advertisment

ବିଗତ କିଛି ଦିନ ହେଲା ସେ ନିଜକୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିବା ସହ ରାଷ୍ଟ୍ରପତି ପଦ ଦୌଡ଼ରେ ରହିବାର ସଙ୍କେତ ଦେଇଥିଲେ । ସେ ନିଜକୁ ଟ୍ରମ୍ପଙ୍କ ଯୁବ ବିକଳ୍ପ ବୋଲି କହିଛନ୍ତି ।

ତାଙ୍କ ଆନୁଷ୍ଠାନିକ ଘୋଷଣାର ଅର୍ଥ ହେଉଛି ସେ ରିପବ୍ଲିକାନ ଦଳରେ ଟ୍ରମ୍ପଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରଥମ ଦାବିଦାର ହେବେ। ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ବ କାଳରେ ସେ କାରୋଲିନା ରାଜ୍ୟର ଗଭର୍ଣ୍ଣର ଥିଲେ ।

ନିକ୍କି ହେଲି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତାଙ୍କ ମୂଳ ନାଁ ହେଉଛି ନମ୍ରତା ନିକ୍କି ରନ୍ଧାଓ୍ବା ।