ନୋଇଡା : ଗ୍ରେଟର ନୋଇଡାର ନିକ୍କି ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ଅଭିଯୁକ୍ତ ବିପିନର ପଡ଼ୋଶୀମାନେ କହିଛନ୍ତି ଯେ ଏହା କୌଣସି ଯୌତୁକ ଜନିତ ହତ୍ୟାକାଣ୍ଡ ନୁହେଁ, ବରଂ ଏକ ଆତ୍ମହତ୍ୟା ମାମଲା । ନିକ୍କି ନିଜେ ନିଜ ଶରୀରରେ ନିଆଁ ଲଗାଇଥିଲା । ଏପରିକି ଏ ନେଇ ସିସିଟିଭି ଫୁଟେଜ୍ ରହିଥିବା ସେମାନେ କହିଛନ୍ତି ।
ଜଣେ ପଡ଼ୋଶୀ ମହିଳା କହିଛନ୍ତି ଯେ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଓ ଏକ ବ୍ୟୁଟି ପାର୍ଲରକୁ ନେଇ ବିପିନ ଓ ନିକ୍କି ମଧ୍ୟରେ ବିବାଦ ଚାଲିଥିଲା । ନିକ୍କିର ଇନଷ୍ଟାଗ୍ରାମ ଭିଡିଓ ସଉକକୁ ବିପିନ ପସନ୍ଦ କରୁଥିଲା ଓ ତାହା ବନ୍ଦ କରିବାକୁ ବାରମ୍ବାର ତାଗିଦ କରୁଥିଲା । କିନ୍ତୁ ନିକ୍କି ଏଥିପ୍ରତି କର୍ଣ୍ଣପାତ କରୁନଥିଲା ।
ଯେଉଁଦିନ ଏହି ଘଟଣା ଘଟିଥିଲା, ସେହିଦିନ ବିପିନ ନିକ୍କିକୁ ପିଇବାକୁ ପାଣି ମାଗିଥିଲା । କିନ୍ତୁ ନିକ୍କି ଏହା ଦେଇନଥିଲା । ଏହାକୁ ନେଇ ବିବାଦ ହୋଇଥିଲେ । ପରେ ନିଜ୍ଜି ଆତ୍ମଆଉ ଜଣେ ପଡ଼ୋଶୀ କୁହନ୍ତି ଯେ ଏହି ଘଟଣା ବେଳେ ବିପିନ ଘର ତଳେ ଥିଲା ଓ ନିଆଁ କଥା ଶୁଣି ଉପରକୁ ଯାଇଥିଲା । ଏହାର ସିସିଟିଭି ଭିଡିଓ ମଧ୍ୟ ରହିଛି ।
ସେ କହିଛନ୍ତି ଯେ ଏହା ଏକ ଯୌତୁକ ମାମଲା ଆଦୌ ନୁହେଁ, କାରଣ ବିପିନ ଘର ଅର୍ଥର ଅଭାବ ନଥିଲା । ଯେଉଁ ସ୍କର୍ପିଓ କଥା କୁହାଯାଉଛି, ତାହା ବିପିନର ଆଗରୁ ଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/25/new-project-29-2025-08-25-19-49-27.jpg)