ଗ୍ରେଟର ନୋଇଡ଼ା: ଗ୍ରେଟର ନୋଏଡା ଯୌତୁକଜନୀତ ମୃତ୍ୟୁ ମାମଲା ଏକ ନୂଆ‌ ମୋଡ଼ ନେଇଛି। ପୀଡ଼ିତା ନିକି ତାଙ୍କ ମୃତ୍ୟୁ ପୂର୍ବରୁ ଡାକ୍ତରଙ୍କୁ କହି ଯାଇଛନ୍ତି ଯେ ତାଙ୍କ ଶଶୁରଘରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିବା ପରେ ସେ ପୋଡ଼ିହୋଇ ଆହତ ହୋଇଥିଲେ।

Advertisment

ନିକିଙ୍କୁ ଭର୍ତ୍ତି କରାଯାଇଥିବା ଫୋର୍ଟିସ୍ ହସ୍ପିଟାଲର ଜଣେ ଡାକ୍ତର ଏବଂ ଜଣେ ନର୍ସ ପୁଲିସକୁ ଦେଇଥିବା ବୟାନରେ ଏହା ପ୍ରକାଶ ପାଇଛି। ପୂର୍ବରୁ ଯୌତୁକ ପାଇଁ ୨୬ ବର୍ଷୀୟା ନିକିଙ୍କୁ ତାଙ୍କ ସ୍ୱାମୀ ବିପିନ ଭାଟି ଏବଂ ତାଙ୍କ ପରିବାର ଲୋକ ପୋଡ଼ି ମାରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଥିବା ବେଳେ ନିକିଙ୍କ ବୟାନ ସେ ଅଭିଯୋଗକୁ ଖଣ୍ଡନ କରିଛି। 

ଗତ ସପ୍ତାହରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରିତ ହେଉଥିବା ସମୟରେ ନିକିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ସେ ୮୦% ପୋଡ଼ିଯାଇଥିଲେ।

ଏହି ମାମଲାରେ ପୂର୍ବରୁ ବିପିନ, ତାଙ୍କ ବାପାମାଆ, ନିକିଙ୍କ  ଭଉଣୀ କାଞ୍ଚନଙ୍କୁ ବିବାହ କରିଥିବା ଭାଇ ରୋହିତଙ୍କୁ ମଧ୍ୟ ଗିରଫ କରାଯାଇଛି। ରବିବାର ଦିନ, ପୁଲିସ ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ବିପିନଙ୍କ ଗୋଡରେ ଗୁଳି ବାଜିଥିଲା।

ତେବେ ଏହି ମାମଲାରେ ଫୋର୍ଟିସ୍ ହସ୍ପିଟାଲର ମେ‌ମୋରେ ହିନ୍ଦୀରେ ଲେଖାଯାଇଛି, "ଘରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ରୋଗୀ ଗୁରୁତର ଭାବେ ପୋଡ଼ିଯାଇ କ୍ଷତ ହୋଇଛନ୍ତି।"

ତେବେ ନିକିଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ସାନ ଯାଆ ବନିଥିବା ନିକିଙ୍କ ଭଉଣୀ କାଞ୍ଚନ ଅଭିଯୋଗ ଆଣିଥିଲେ। ହେଲେ ଏହି ମାମଲା ଏବେ ଭିନ୍ନ ମୋଡ଼ ନେଇଛି।