ନୂଆଦିଲ୍ଲୀ: କର୍ଣ୍ଣାଟକର ଗୋକର୍ନରେ ରାମତୀର୍ଥ ପର୍ବତରେ ଥିବା ଏକ ଗୁମ୍ଫାରୁ ନିକଟରେ ଜଣେ ରୁଷୀୟ ମହିଳାଙ୍କୁ ତାଙ୍କର ଦୁଇଜଣ ସନ୍ତାନଙ୍କ ସହ ଉଦ୍ଧାର କରାଯାଇଛି।ଉଦ୍ଧାର ପରେ ରୁଷୀୟ ମହିଳା ଧ୍ୟାନ ଓ ପ୍ରାର୍ଥନା କରିବାପାଇଁ ତାଙ୍କର ୨ଜଣ ଝିଅଙ୍କୁ ଧରି ଏଭଳି ଏକ ନିର୍ଜନ ତଥା ବିପଜ୍ଜନକ ଗୁମ୍ଫାରେ ଲୁଚି ରହିଥିବା କଥା ପୁଲିସକୁ କହିଥିଲେ।
ରୁଷୀୟ ମହିଳା ନିନା କୁଟିନା (୪୦) ଓ ତାଙ୍କର ଦୁଇସନ୍ତାନ ଝିଅ ପ୍ରେମା (୬ ବର୍ଷ ) ଏବଂ ଆମା ( ୪ ବର୍ଷ)ଙ୍କ ମାମଲାର ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।। ତଦନ୍ତ ସମୟରେ ନିନା କୁଟିନାଙ୍କୁ ପୁଲିସ ତାଙ୍କ ସନ୍ତାନ ଦ୍ବୟଙ୍କ ବାପାଙ୍କ ବିଷୟରେ ପଚାରିବାରୁ ରୁଷୀୟ ମହିଳା ପ୍ରଥମେ ଏ ବିଷୟରେ କହିବାକୁ ରାଜି ନଥିଲେ। ପୁଲିସର ସମସ୍ତ କଥାକୁ ଏଡାଇ ଦେଇଥିଲେ। ପରେ ପରାମର୍ଶଦାତାଙ୍କ ସହାୟତାରେ ନିନା କହିଥିଲେ, ‘ପିଲାମାନଙ୍କ ପିତା ଜଣେ ଇସ୍ରାଏଲୀ କପଡ଼ା ବ୍ୟବସାୟୀ। ଆମେ ଭିତରେ ୭ବର୍ଷର ସମ୍ପର୍କ ଥିଲା। ମୁଁ ଗୁମ୍ଫାରେ ରହୁଥିବା ସମୟରେ ମୋର ଦ୍ବିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲି।’
ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍ଆର୍ଆର୍ଓ) ର ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ନିନାଙ୍କ ପିତାଙ୍କୁ ଖୋଜିବାରେ ସଫଳ ହୋଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ନିନାଙ୍କ ସ୍ବାମୀ ବ୍ୟବସାୟିକ ଭିସାରେ ଭାରତରେ ଥିବା ବେଳେ ନୀନାଙ୍କ ଭିସା ୨୦୧୭ରୁ ଶେଷ ହୋଇଯାଇଛି। ଗୁମ୍ଫାରୁ ଉଦ୍ଧାର ପରେ ତାଙ୍କୁ ବର୍ତ୍ତମାନ ବେଙ୍ଗାଲୁରୁର ଏକ ଅଟକ କେନ୍ଦ୍ରରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/17/new-project-2-2025-07-17-17-13-28.jpg)