ଭାରତ-ଜର୍ମାନୀ ମଧ୍ୟରେ ୯ଟି ରାଜିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରିଦିବସୀୟ ୟୁରୋପ ଗସ୍ତ ଅବସରରେ ସୋମବାର ଜର୍ମାନୀରେ ଚାନ୍ସେଲର ଓଲାଫ ସ୍କଲ୍‌ଜଙ୍କ ସହ ସବୁଜ ଓ ଦୀର୍ଘସ୍ଥାୟୀ ବିକାଶ ଭାଗିଦାରୀ ଉପରେ ରାଜିନାମା ହୋଇଥିଲା। ଏଥିସହ ଦୁଇ ଦେଶ ମଧ୍ୟରେ ଅନ୍ୟ ୮ଟି ରାଜିନାମା ହୋଇଥିଲା। ସେଗୁଡ଼ିକ ହେଉଛି: ତୃତୀୟ ବିଶ୍ବ ରାଷ୍ଟ୍ରରେ ତ୍ରିକୋଣୀୟ ବିକାଶ ସହଯୋଗ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଜେଡିଆଇ, ଗୋପନୀୟ ସୂଚନାର ବିନିମୟ ଓ ଆପୋସ ସୁରକ୍ଷା ଉପରେ ରାଜିନାମା ଏବଂ ଦୁଇ ଦେଶର ବିଦେଶ ମନ୍ତ୍ରଣାଳୟ ମଧ୍ୟରେ ପ୍ରତ୍ୟକ୍ଷ ଗୋପନୀୟ ଯୋଗାଯୋଗ ପ୍ରତିଷ୍ଠା ପାଇଁ ଏକ ରାଜିନାମା ଉପରେ ଏକ ଜେଡିଆଇ, ନବୀକରଣଯୋଗ୍ୟ ଶକ୍ତି ଅଶୀଦାରିତ୍ବ ଉପରେ ଭାରତ-ଜର୍ମାନ୍ ବିକାଶ ସହଯୋଗ ଉପରେ ରାଜିନାମା, ବିସ୍ତୃତ ପ୍ରବାସ ଓ ପରିବହନ ସହଭାଗିତା ଉପରେ ରାଜିନାମା ଆରମ୍ଭ କରିବା ଲାଗି ଯୁଗ୍ମ ଘୋଷଣାନାମା, ଭାରତର କର୍ପୋରେଟ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ସହଯୋଗ ଜାରି ରଖିବା ଉପରେ ଜେଡିଆଇ, ଭାରତ-ଜର୍ମାନ ସବୁଜ ହାଇଡ୍ରୋଜେନ ଟାସ୍କ ଫୋର୍ସ, ଆଗ୍ରୋଇକୋଲୋଜି ଉପରେ ଜେଡିଆଇ ଏବଂ ବନ୍ୟ ପରିଦୃଶ୍ୟ ପୁନରୁଦ୍ଧାର ଉପରେ ଜେଡିଆଇ।

ସମ୍ବନ୍ଧିତ ଖବର