ରାଜ୍ୟସଭାରେ ଶପଥ ନେଲେ ନାଗାଲାଣ୍ଡର ପ୍ରଥମ ମହିଳା ସାଂସଦଙ୍କ ସମେତ ୬

ନୂଆଦିଲ୍ଲୀ: ନାଗାଲାଣ୍ଡର ପ୍ରଥମ ମହିଳା ରାଜ୍ୟସଭା ସାଂସଦ ଏସ୍ ଫାଙ୍ଗନନ୍ କୋନ୍ୟାକଙ୍କ ସମେତ ୬ ଜଣ ରାଜ୍ୟସଭା ସାଂସଦ ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡୁ ଏବଂ ଅନ୍ୟ ସଂସଦୀୟ ସଦସ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ଦୁଇ ସାଂସଦ (ପବିତ୍ର ମାର୍ଗେରିଟା, ଆସାମ ଏବଂ ଏସ୍‌ ଫାଙ୍ଗନନ୍‌ କୋନ୍ୟାକ, ନାଗାଲାଣ୍ଡ), ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲର ଜଣେ (ରଙ୍ଗୱାରା ନାର୍ଜେରି, ଆସାମ), କମ୍ୟୁନିଷ୍ଟ ପାର୍ଟିର ଜଣେ (ସନ୍ତୋଷ କୁମାର, କେରଳ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀର ଜଣେ (ଏ ଏ ରହିମ, କେରଳ) ଏବଂ କଂଗ୍ରେସର (ଜେବି ମାଥର ହିଶାମ, କେରଳ) ଶପଥ ନେଇଛନ୍ତି। ନାଗାଲାଣ୍ଡ ମହିଳା ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ସାଂସଦ ୪୪ ବର୍ଷୀୟା ଫାଙ୍ଗନନ୍ କୋନ୍ୟାକ ତାଙ୍କ ପାରମ୍ପରିକ ନାଗା ପୋଷାକ ଏବଂ ଅଳଙ୍କାର ପିନ୍ଧି ରାଜ୍ୟସଭାରେ ଶପଥ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର