ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ ପାଇଛି କି,ବେଙ୍ଗାଲୁରୁରେ ଜଣେ ନଅ ମାସର ଶିଶୁ କରୋନା ସଂକ୍ରମିତ ହୋଇଛି।’

Advertisment

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ହର୍ଷ ଗୁପ୍ତା କହିଛନ୍ତି,‘ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମଇ ୨୨ରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟରେ ବେଙ୍ଗାଲୁରୁର ୯ମାସର ଶିଶୁ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଶିଶୁର ଅବସ୍ଥା ଏବେ ସ୍ଥିର ଅଛି । ଚିକିତ୍ସା ପାଇଁ କଲାସିପାଲ୍ୟାର ବାଣୀ ବିଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଇ ୨୧ରେ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ନିଶ୍ଚିତ କରିଥିଲେ ଯେ ରାଜ୍ୟରେ କୋଭିଡ-୧୯ର ୧୬ ଜଣ ସକ୍ରିୟ ମାମଲା ଅଛି। ଦେଶରେ ମଇ ୧୯ସୁଦ୍ଧା ମୋଟ କରୋନା ମାମଲା ୨୫୭ ରହିଥିଲା।

ଓମିକ୍ରନ ପ୍ରଜାତିର ଏହି ଭୂତାଣୁ ହୋଇଥିବା ବେଳେ ଲୋକଙ୍କୁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଡାକ୍ତରମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୋଇବା ଭଳି ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।