ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସରକାର ସ୍ମାର୍ଟ ସିଟି ପ୍ରକଳ୍ପ ତାଲିକାରେ ଛଅଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆଉ ୯ଟି ସହରକୁ ସାମିଲ କରିଛି। ସ୍ମାର୍ଟ ସିଟି ପାଇଁ ଦାଖଲ କରାଯାଇଥିବା ସହରର ନାମାଙ୍କନରୁ ଏ ସହରଗୁଡ଼ିକୁ ଚୟନ କରାଯାଇଥିଲା। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍ଲାଇନ୍ ମଧ୍ୟରେ ଆସୁ ନ ଥିବା ବାକି ସହର ସବୁକୁ ଅଗ୍ରାହ୍ୟ କରାଯାଇଛି।
ଉତ୍ତର ପ୍ରଦେଶ ନାମାଙ୍କନ କରିଥିବା ୪ଟି ସହର, ତାମିଲନାଡୁ ଓ ମହାରାଷ୍ଟ୍ରରୁ ଗୋଟିଏ ଲେଖାଁଏ ସହରକୁ ଅଗ୍ରାହ୍ୟ କରାଯାଇଛି।
ବିହାର, ଅରୁଣାଚଳ ପ୍ରଦେଶ, କେରଳ, ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ ଏବଂ ସିକିମରୁ ଗୋଟିଏ ଲେଖାଁଏ ସହର ସ୍ମାର୍ଟ ସିଟି ତାଲିକାଭୁକ୍ତ ହୋଇଛି। ତାଲିକାଭୁକ୍ତ ୯ଟି ସହରରେ ରହିଛି ଉତ୍ତର ପ୍ରଦେଶର ତିନିଟି ସହର- ବରେଲି, ସାହାରଣପୁର ଏବଂ ମୋରାଦାବାଦ।
/sambad/media/post_attachments/wp-content/uploads/2018/01/Smart-city-300x200.jpg) Image Courtesy of The Financial Express
 Image Courtesy of The Financial Expressଅନ୍ୟ ୬ଟି ସହର ହେଉଛି ତାମିଲନାଡୁର ଏରୋଡ଼, ବିହାରର ବିହାର ସରିଫ୍, ଦାଦ୍ରା ଏବଂ ନଗର ହାବେଳିର ସିଲ୍ଭାସା, ଡାମନ୍ ଓ ଡିୟୁର ଡାମନ୍, ଲକ୍ଷାଦ୍ୱୀପର କାବରତି ଏବଂ ଅରୁଣାଚଳ ପ୍ରଦେଶର ଇଟାନଗର।
ଦିଲ୍ଲୀର ପଡ଼ୋଶୀ ଗାଜିଆବାଦ, ମିରଟ, ରାୟବରେଲି ଏବଂ ରାମପୁର ସ୍ମାର୍ଟ ସିଟି ତାଲିକାଭୁକ୍ତ ହୋଇ ପାରି ନାହିଁ।
୨୦୧୬ରେ ନିଉ ଟାଉନ୍ କୋଲକାତା ସ୍ମାର୍ଟ ସିଟି ତାଲିକାଭୁକ୍ତ ହେବା ପରେ ପଶ୍ଚିମବଙ୍ଗ ତରଫରୁ ଏଥର କୌଣସି ସହର ପାଇଁ ନାମାଙ୍କନ ଆସି ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/smart-city.jpg)
