Zakir Naik Bangladesh Visit  : ବିବାଦୀୟ ଭାଷଣ ଓ କାର୍ଯ୍ୟକଳାପ ଯୋଗୁଁ ଭାରତରୁ ଫେରାର ହୋଇ ମାଲେସିଆରେ ରହୁଥିବା ମୌଳବାଦୀ ଜାକିର ନାଏକକୁ ସ୍ୱାଗତ କରିବାକୁ ବାଂଲାଦେଶ ପ୍ରସ୍ତୁତ ହେଉଛି।  ଜାକିରର ଗସ୍ତ ୨୮ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। 

Advertisment

ରିପୋର୍ଟ ଅନୁଯାୟୀ, ନାଏକ ଆସନ୍ତା ମାସରେ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଶେଖ ହାସିନାଙ୍କ ଶାସନ କାଳରେ ଜାକିର ଉପରେ ବାଂଲାଦେଶ ସରକାର କଟକଣା ଲଗାଇଥିଲେ । ୨୦୧୬ରେ ଢାକାରେ ହୋଇଥିବା ହୋଲି ଆର୍ଟିସାନ ବେକେରି ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତମାନେ  ଜାକିର ନାଏକ୍ ଭାଷଣ ଦ୍ବାରା ପ୍ରଭାବିତ ହୋଇଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିଲା । କିନ୍ତୁ ସରକାର ପରିବର୍ତ୍ତନ ପରେ ବର୍ତ୍ତମାନର ୟୁନୁସ୍ ସରକାର ଜାକିର ପରି ମୌଳବାଦୀମାନଙ୍କ ପାଇଁ ନିଜ ଦେଶରେ ରେଡ କାର୍ପେଟ୍ ପକାଇଛନ୍ତି। 

ଅଧିକପଢ଼ନ୍ତୁ:ଯାତ୍ରୀଙ୍କ ମନ ମୋହୁଛି "ବନ୍ଦେ ଭାରତ ସ୍ଲିପର" ର ପ୍ରଥମ ଝଲକ

ବାଂଲାଦେଶର ଆଉ ଏକ ଭାରତ ବିରୋଧୀ ପଦକ୍ଷେପ 

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ୟୁନୁସଙ୍କ ଏହି ପଦକ୍ଷେପ ଭାରତ ବିରୋଧରେ ବୋଲି ମନେକରାଯାଉଛି, କାରଣ ଭାରତ ଜାକିର ନାଏକଙ୍କୁ ଜଣେ ଅପରାଧୀ ବୋଲି ମାନିଥାଏ। ଜାକିର ନାଏକକୁ ନେଇ ଆୟୋଜିତ କାର୍ଯ୍ୟକ୍ରମର ଆୟୋଜକ କହିଛନ୍ତି ଯେ ଏହି ଗସ୍ତ ପାଇଁ ସରକାରଙ୍କ ପାଖରେ କେବଳ ଅନୁମତି ନାହିଁ, ବରଂ ଅଧିକାରୀମାନେ ଏଥିରେ ସହାୟତା ମଧ୍ୟ କରୁଛନ୍ତି। ଜାକିରର ଗସ୍ତ ୨୮ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ସେ ବାଂଲାଦେଶର ବିଭିନ୍ନ ସ୍ଥାନ ବୁଲି ଭାଷଣ ଦେବ ।

ଚଳିତ ବର୍ଷ ଫେବ୍ରୁଆରି ମାସରେ ଜାକିର ପାକିସ୍ତାନ ଗସ୍ତ କରିଥିଲା । ତେବେ ଜାକିରର ବୟାନବାଜିକୁ ନେଇ ପାକିସ୍ତାନରେ ବି ବିବାଦ ଦେଖାଦେଇଥିଲା । 

ଆହୁରି ପଢ଼ନ୍ତୁ: Shreyas Iyer In ICU: ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ଆଇସିୟୁରେ ଭର୍ତ୍ତି ହେଲେ Shreyas