ରାତିକରେ ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ, ୨୩ରେ ୟୁକ୍ରେନ୍‌ ବଡ଼ ଆକ୍ରମଣ ଯୋଜନା ରଖିଛି

କିବ୍‌: ଗତକାଲି ରାତିସାରା ରୁଷ୍‌ ୟୁକ୍ରେନ୍‌ର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପ‌ରେ ଜୋରଦାର ଆକ୍ରମଣ କରିଛି। ରାତିକରେ ରୁଷ୍‌ ୟୁକ୍ରେନ୍‌ର ୧୬ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି। ଏଥିରେ ୫ କମାଣ୍ଡ ପୋଷ୍ଟ, ତୈଳ ଡିପୋ ଆଦି ରହିଛି। ଖାରକିଭ, ଜାପୋରିଝିଆ, ଡୋନେସ୍କ, ନିପ୍ରୋପେଟ୍ରୋଭସ୍କ ଏବଂ ମାରିୟୁପୋଲ୍‌ରେ ଥିବା ସାମରିକ ପ୍ରତିଷ୍ଠାନ ଉପରେ ରୁଷ୍‌ ଆକ୍ରମଣ କରିଛି। ୧୦୮ ଅଞ୍ଚଳକୁ ରୁଷ୍‌ ଟାର୍ଗେଟ୍‌ କରିଥିଲା। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟର ଦାବି ଅନୁଯାୟୀ ୟୁକ୍ରେନ୍‌ ରୁଷ୍‌କୁ ସାରା ବିଶ୍ବ ଆଗରେ ନିନ୍ଦିତ କରିବାପାଇଁ ଏକ ନିଷ୍ଠୁର ଗଣହତ୍ୟାର ଯୋଜନା କରିଛି। ୟୁକ୍ରେନ୍‌ ଏପ୍ରିଲ ୨୩ ରାତିରେ ବିଭିନ୍ନ ଚର୍ଚ୍ଚରେ ଗୋଳାବର୍ଷା କରିବ। ଅନ୍ୟପକ୍ଷେ ୟୁକ୍ରେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କିଛି କୁହାଯାଇନି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର କୋନାଶେନକଭ କହିଛନ୍ତି, ଏଯାବତ୍‌ ୟୁକ୍ରେନ୍‌ର ୪୭୦ରୁ ଅଧିକ ଡ୍ରୋନ୍‌ ଧ୍ବଂସ କରାଯାଇଛି।

ସମ୍ବନ୍ଧିତ ଖବର