କର୍ଣ୍ଣାଟକକୁ ବ୍ୟାପିଲା ନିପା

କେରଳରେ ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ନୂଆଦିଲ୍ଲୀ: କେରଳରେ ଆତଙ୍କ ଖେଳାଇ ଦେଇଥିବା ନିପା ଭୂତାଣୁ ଏବେ କର୍ଣ୍ଣାଟକରେ ପହଞ୍ଚିଥିବା ଜଣାପଡ଼ିଛି। କର୍ଣ୍ଣାଟକରେ ଦୁଇଜଣ ନିପା ଭୂତାଣୁ ଆକ୍ରାନ୍ତ ହୋଇଥିବାରୁ ରାଜ୍ୟରେ ଭୟ ଖେଳିଯାଇଛି। ଜଣାଯାଇଛି ଯେ ମାଙ୍ଗାଲୋର୍‌ର ଦୁଇଜଣ ବ୍ୟକ୍ତି ନିକଟରେ କେରଳ ଯାଇ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନେ କର୍ଣ୍ଣାଟକ ଫେରିବାପରେ ସେମାନଙ୍କ ପାଖରେ ନିପା ଲକ୍ଷଣ ଦେଖାଦେଇଛି। ଏ ବାବଦରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ହସ୍ପିଟାଲଗୁଡ଼ିକୁ ଆଲର୍ଟ ରଖାଯାଇଛି। ଅନ୍ୟପକ୍ଷରେ ଆଜି କେରଳରେ ନିପା ପୁଣି ଜଣଙ୍କ ଜୀବନ ନେଇଛି। କୋଝିକୋଡ଼ରେ ପୂର୍ବରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ସେହି ପରିବାରରେ ଚତୁର୍ଥ ମୃତ୍ୟୁ ଘଟିଛି। ଉକ୍ତ ପରିବାର ସଦସ୍ୟଙ୍କୁ ନର୍ସ ଲିନି ଚିକିତ୍ସା କରୁଥିଲେ ଏବଂ ସେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇ ଆଖି ବୁଜି ଦେଇଛନ୍ତି। ନିପା ହେତୁ ଏଯାବତ୍‌ ରାଜ୍ୟରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର