‘ନିପା’ ଏବେ ଆୟତ୍ତରେ, କାଲିଠାରୁ ଖୋଲିବ ସ୍କୁଲ୍‌: ଏର୍ଣ୍ଣାକୁଲମ ଜିଲ୍ଲା ପ୍ରଶାସନ

କୋଚି: କେରଳରେ ନିପା ଭୂତାଣୁ ସଂକ୍ରମଣ ହେତୁ ସ୍କୁଲ୍‌ଗୁଡ଼ିକ ଛୁଟି ଘୋଷଣା କରା ଯାଇଥିଲା। ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଆସନ୍ତାକାଲିଠାରୁ ସ୍କୁଲ୍‌ ଖୋଲିବ ବୋଲି ଏର୍ଣ୍ଣାକୁଲମ ଜିଲ୍ଳାର ଜିଲ୍ଲାପାଳ କେ ମହମ୍ମଦ ଓ୍ଵାଇ ସାଫିରୁଲ୍ଲା ବୁଧବାର ସୂଚନା ଦେଇଛନ୍ତି। ଏବେ ନିପାକୁ ଆୟତ୍ତକୁ ଅଣାଯାଇ ପାରିଛି ବୋଲି ସେ ସୂଚନା ଦେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ଜଣାଇଛନ୍ତି।

ଏହି ଭାଇରସ୍‌ ସଂକ୍ରମଣକୁ  ଅଧିକ  ବଢ଼ାଇ ନ ଦେବା ପାଇଁ ରାଜ୍ୟରେ ବିଭିନ୍ନ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି। କୋଚିର ଏକ ହସ୍ପିଟାଲ୍‌ରେ ନିପା ଭୂତାଣୁ ସଂକ୍ରମଣ ବିଷୟରେ ସ୍ପଷ୍ଟ ହେବା ପରେ ଏହାକୁ ରୋକିବା ପାଇଁ ଭିନ୍ନ ଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ଆମେ ଲୋକଙ୍କୁ ଏହି ଭାଇରସ୍‌ ସଂପର୍କରେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରୁଛୁ, ଯାହା ହେଉ ଏବେ ପରିସ୍ଥିତିକୁ ଆୟତ୍ତରେ ଅଣାଯାଇ ପାରିଛି’ ବୋଲି କହିଛନ୍ତି ଏର୍ଣ୍ଣାକୁଲମ ଜିଲ୍ଳା କଲେକ୍ଟର କେ ମହମ୍ମଦ ଓ୍ଵାଇ ସାଫିରୁଲ୍ଲା।

ନିପା ଭୁତାଣୁର ଶିକାର ହୋଇ ଚିକିତ୍ସିତ ହେଉଥିବା ୨୩ ବର୍ଷିଅ ଯୁବକଙ୍କ  ଅବସ୍ଥା ଏବେ ସ୍ଥିର ରହିଛି। କେରଳରେ ହାଇ ଆର୍ଲଟ ଜାରି ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା କହିଛନ୍ତି।

ସମ୍ବନ୍ଧିତ ଖବର