ନୂଆଦିଲ୍ଲୀ: ଭାରତରେ ନିପା ଭାଇରସ୍‌ରେ ଦୁଇଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ନିପା ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବା ପରେ ଏସିଆର ଅନେକ ଦେଶରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ କଡ଼ା ଯାଞ୍ଚ କରାଯାଉଛି।

Advertisment

ମଣିଷରୁ ମଣିଷକୁ ସଂକ୍ରମଣ ବୃଦ୍ଧିର କୌଣସି ପ୍ରମାଣ ନାହିଁ

ଏହାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଶୁକ୍ରବାର କହିଛି ଯେ, ଭାରତରେ ନିପା ଭାଇରସ ବ୍ୟାପିବାର ସମ୍ଭାବନା କମ୍‌ ରହିଛି। ତେଣୁୁ ଯାତ୍ରା କିମ୍ବା ବାଣିଜ୍ୟ କଟକଣାର ଆବଶ୍ୟକତା ନାହିଁ। ଡବ୍ଲ୍ୟୁଏଚ୍ଓ ଦ୍ବାରା ଏହାର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନିପା ଭାଇରସ୍‌ ଯୋଗୁ ମଣିଷରୁ ମଣିଷକୁ ସଂକ୍ରମଣ ବୃଦ୍ଧିର କୌଣସି ପ୍ରମାଣ ନାହିଁ। ଏହାଦ୍ବାରା ଜାତୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ବିପଦ କମ୍ ରହିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ ନିପା ଭାଇରସରେ ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ନିପା ଭାଇରସ୍‌ ବାଦୁଡ଼ିଠାରୁ ମଣିଷକୁ ବ୍ୟାପି ଥାଏ

ଡବ୍ଲ୍ୟୁଏଚ୍‌ଓ କହିଛି ଯେ, ମାମଲାଗୁଡ଼ିକ କେବଳ ଜିଲ୍ଲା ମଧ୍ୟରେ ସୀମିତ ଏବଂ ରୋଗୀମାନଙ୍କର କୌଣସି ଯାତ୍ରା ଇତିହାସ ରିପୋର୍ଟ କରାଯାଇ ନାହିଁ। ଭାରତର ଅନ୍ୟ କୌଣସି ରାଜ୍ୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ଏହା ବ୍ୟାପିବାର ସମ୍ଭାବନା କମ୍ ରହିଛି। ଯାତ୍ରା କଟକଣା ଲଗାଇବାର କୌଣସି ଆବଶ୍ୟକତା ନଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ନିପା ଭାଇରସ୍‌ ବାଦୁଡ଼ିଠାରୁ ମଣିଷକୁ ବ୍ୟାପି ଥାଏ।

ଆହୁରି ପଢ଼ନ୍ତୁ: Trump's threat to Iran: ଇରାନ ଅଭିମୁଖେ ବଡ଼ ଜାହାଜ ଯାଉଥିବା ଟ୍ରମ୍ପଙ୍କ ଧମକ, ଯୁଦ୍ଧ ଆଶଙ୍କା ତୀବ୍ର