ମିଳିଲା ବଡ ଦାୟିତ୍ୱ : ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନ ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ନିଯୁକ୍ତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନଙ୍କୁ ତାଙ୍କ ଟିମରେ ଏକ ବଡ ଦାୟିତ୍ୱ ଦେଇଛନ୍ତି । ଜୋ ବାଇଡେନଙ୍କ ଦ୍ୱାରା କ୍ୟାବିନେଟକୁ ନିର୍ବାଚିତ ହୋଇଥିବା ନୀରା ଟଣ୍ଡନଙ୍କୁ ହ୍ୱାଇଟ୍ ହାଉସର ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଏହାପୂର୍ବରୁ ନୀରାଙ୍କୁ ବାଇଡେନଙ୍କ ତରଫରୁ ପ୍ରବନ୍ଧନ ଓ ବଜେଟ୍ କାର୍ଯ୍ୟାଳୟର ନେତୃତ୍ୱ ନେବା ଭଳି ଦାୟିତ୍ୱ ଦିଆଯାଇଥିଲା । ହେଲେ ସେଠାରେ ଏହାକୁ ବିରୋଧ କରାଯିବାରୁ ନୀରା ମାର୍ଚ୍ଚ ମାସରେ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ ।

ସେଣ୍ଟର ଫର ଆମେରିକାନ (ସିଏପି) ର ସଂସ୍ଥାପକ ଜନ୍ ପେଡେଷ୍ଟା କହିଛନ୍ତି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନୀରା ଟଣ୍ଡନଙ୍କୁ ତାଙ୍କ ଟିମରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ନୀରା ଟଣ୍ଡନ ତାଙ୍କ ବୁଦ୍ଧି, ଶ୍ରମ ଓ ରାଜନୈତିକ ଦୃଷ୍ଟି କୋଣରୁ ବାଇଡେନ ପ୍ରଶାସନ ପାଇଁ ଭଲ କାମ କରିବେ ବୋଲି ଆଶା କରାଯାଉଛି । ଆମେରିକା ରାଜନୀତିରେ ନୀରା ହେଉଛନ୍ତି ଏକ ବିବାଦୀୟ ନେତ୍ରୀ । ସେ ସୋସିଆଲ ମିଡିଆରେ କିଛି ବିବାଦୀୟ ପୋଷ୍ଟ କରି ଉଭୟ ଡେମୋକ୍ରେଟିକ୍ ଓ ରିପବ୍ଲିକାନ ସିନେଟରଙ୍କ ବିରୋଧର ସାମ୍ନା କରିଥିଲେ । ଏମିତି କି ସେ ନିଜ ଦଳର ସାଂସଦମାନଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ ।

Neera Tanden withdraws her nomination as White House budget chief | World  News – India TV
India TV

ସବୁଠାରୁ ବଡକଥା ହେଲା, ଯେତେବେଳେ ନୀରାଙ୍କ ନାମାଙ୍କନକୁ ଡେମୋକ୍ରେଟିକ୍ ପାର୍ଟିର ସାଂସଦମାନେ ବିରୋଧ କରିଥିଲେ, ଜୋ ବାଇଡେନ କହିଥିଲେ କି ପ୍ରବନ୍ଧନ କାର୍ଯ୍ୟାଳୟ ଓ ବଜେଟ୍ ନିର୍ଦ୍ଦେଶକ ପଦ ପାଇଁ ନୀରା କରିଥିବା ନାମାଙ୍କନ ଦାଖଲକୁ ପ୍ରତ୍ୟାହାର କରାଯାଉ । ଏହା ସହ ବାଇଡେନ କହିଥିଲେ କି ନୀରାଙ୍କ ଅନୁଭବ ଓ ତାଙ୍କ କାମ କରିବାର କୌଶଳକୁ ସେ ସମ୍ମାନ କରନ୍ତି ଓ ତାଙ୍କୁ ମୋ ପ୍ରଶାସନରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବା ଦରକାର । ଏହି କ୍ରମରେ ଆଜି ତାଙ୍କୁ ଏଭଳି ଗୁରୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର