ଧାରା ୩୭୦ ଉଚ୍ଛେଦ ନେଇ ଦିଲ୍ଲୀରେ କଂଗ୍ରେସର ବୈଠକ : ଯୋଗଦେଲେ ପିସିସି ସଭାପତି ନିରଞ୍ଜନ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସ ଦଳର ଏହି ପ୍ରସଙ୍ଗକୁ ନେଇ କଣ ଆଭିମୁଖ୍ୟ ରହିବ ସେ ସମ୍ପର୍କରେ ଅବଗତ କରାଯିବା ପାଇଁ ଆଜି ଦିଲ୍ଲୀରେ କଂଗ୍ରେସର ସାଧାରଣ ସମ୍ପଦକ ଓ ସମସ୍ତ ରାଜ୍ୟର ପିସିସି ସଭାପତି, ବିରୋଧୀ ଦଳର ନେତା ତଥା ସାଂସଦମାନଙ୍କର ଏକ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଦ ଦେଇଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଦ୍ବାରା ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଯେଉଁ ପ୍ରସ୍ତାବ ପାରିତ କରାଯାଇଥିଲା ସେ ସମ୍ପର୍କରେ ନେତାମାନଙ୍କୁ ସେନସିଟିଟାଇଜ୍ କରାଯିବ ବୋଲି ଜଣାପଡ଼ିଛି। ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ କଂଗ୍ରେସର ନେତାମାନେ ଭିନ୍ନ ଭିନ୍ନ ମତ ବ୍ୟକ୍ତ କରୁଥିବାରୁ ଉପୁଜିଥିବା ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ପକାଇବା ତଥା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଇଥିବାର ଜଣାପଡ଼ିଛି।

ସମ୍ବନ୍ଧିତ ଖବର