ଭାରତକୁ ପ୍ରତ୍ୟର୍ପଣ କଲେ ଆତ୍ମହତ୍ୟା କରିବି : ନିରବ ମୋଦୀ

ଲଣ୍ଡନ : ପିଏନ୍‌ବି ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ଲଣ୍ଡନ ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ନିରବ ମୋଦୀ କହିଛନ୍ତି, ଯଦି ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଏ, ସେ ଆତ୍ମହତ୍ୟା କରିବେ। ଗତକାଲି ଲଣ୍ଡନ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ୪ର୍ଥ ଥର ପାଇଁ ଖାରଜ କରି ଦେଇଥିଲେ। ସିକ୍ୟୁରିଟି ଜମା ପରିମାଣ ୨ ଗୁଣ ବୃଦ୍ଧି କରି ୪ ନିୟୁତ ଡଲାର କରିବା ଓ ଗୃହବନ୍ଦୀ ରହିବା ପ୍ରସ୍ତାବ ଦେବା ସତ୍ତ୍ୱେ କୋର୍ଟ ଜାମିନ ପ୍ରଦାନ କରିନଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ ତାରିଖରେ ହେବ। ଗତ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦୀଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର