ଜାମିନ ପାଇଁ ବ୍ରିଟେନ ହାଇକୋର୍ଟରେ ଆବେଦନ କଲା ନିରବ ମୋଦି

ଲଣ୍ଡନ : ଜାମିନ ପାଇଁ ବ୍ରିଟିଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରାୟ ୧୩ ହଜାର କୋଟି ଟଙ୍କାର ପିଏନବି ଋଣ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି । ଗତ କାଲି ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ନିରବର ଜାମିନ ଆବେଦନକୁ ଖାରଜ କରିବା ସହ ଭାରତ ପ୍ରତ୍ୟାର୍ପଣ କଲେ ତାକୁ କେଉଁ ଜେଲରେ ରଖାଯିବ ତାହା ଜାଣିବାକୁ ଚାହିଁଥିଲେ । ଏହା ଜାଣିବା ପରେ ନିରବ ଆତଙ୍କିତ ହୋଇଯାଇଛି । ସେଥିପାଇଁ ସେ ବ୍ରିଟେନ ହାଇକୋର୍ଟରେ ଜାମିନ ପାଇଁ ଅପିଲ କରିଛି ।

ଗତ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନରେ ସ୍କଟଲାଣ୍ଡ ୟାର୍ଡ ପୁଲିସ ନିରବ ମୋଦିକୁ ଗିରଫ କରିଥିଲା । ସେହି ଦିନଠାରୁ ସେ ଲଣ୍ଡନର ଏକ ଜେଲରେ ରହିଛି । ଗତ ମାର୍ଚ୍ଚ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ ।

ସମ୍ବନ୍ଧିତ ଖବର