ଜେଲରେ ମୂଷା ଥିବା କହି ପ୍ରତ୍ୟାର୍ପଣକୁ ଏଡ଼ାଇବା ପାଇଁ ଉଦ୍ୟମ କରୁଛି ପଳାତକ ହୀରା ବ୍ୟବସାୟୀ ନିରବ ମୋଦି

ଲଣ୍ଡନ : ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ଋଣ ଖିଲାପୀ ନିରବ ମୋଦି ବିରୋଧରେ ମାର୍ଚ୍ଚ ୧୮ରେ ଗିରଫ ପରଓ୍ଵାନା ଜାରି କରାଯାଇଥିଲା । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଏହି ପରଓ୍ଵାନା ଜାରି କରିଥିଲା । ଏହି ଗିରଫ ପରଓ୍ଵାନା ନିରବକୁ ଭାରତକୁ ପ୍ରତ୍ୟାର୍ପଣର ପ୍ରଥମ ସୋପାନ ବୋଲି କୁହାଯାଉଥିବା ବେଳେ ଏବେ ଭାରତକୁ ନ ଆସିବା ପାଇଁ ନିରବ ମୋଦି ଭିନ୍ନ ଭିନ୍ନ ବାହାନା କରୁଥିବା ଜଣାପଡିଛି ।

ମୁମ୍ବାଇର ଆର୍ଥର ରୋଡ ଜେଲରେ ତାଙ୍କ ମାନବିକ ଅଧିକାର ପ୍ରତି ବିପଦ ଥିବା ଦର୍ଶାଇ ଜେଲରେ ମୂଷା, କୀଟପତଙ୍ଗ, ଖୋଲା ନର୍ଦମା ଏବଂ ଜେଲ ନିକଟସ୍ଥ ବସ୍ତିରୁ ଶବ୍ଦ ଶୁଣିବାକୁ ମିଳୁଛି ବୋଲି କହି ମୋଦିଙ୍କ ଆଇନଜୀବୀ ନିରବ ମୋଦିଙ୍କୁ ଜେଲ ପଠାଇବାକୁ ନେଇ ଆପତ୍ତି ଉଠାଇଛନ୍ତି | ତେବେ ନିରବ ମୋଦିର ଆଇନଜୀବୀ ଏଭଳି ଯୁକ୍ତି ବାଢ଼ିବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରମାଣ ଆକାରରେ ଏକ ଭିଡ଼ିଓ ଦିଆଯାଇଛି | ଯେଉଁଥିରେ ଆଇନଜୀବୀ କରିଥିବା ଦାବି ସମ୍ପୂର୍ଣ ଭିତ୍ତିହୀନ ବୋଲି ଜଣା ପଡିଛି | ନିରବ ମୋଦି ପାଇଁ ପ୍ରସ୍ତୁତ ହୋଇଥିବା ସେଲ୍ ବ୍ୟାରେକ ସଂଖ୍ୟା ୧୨ରେ ରହିବାରେ କୌଣସି ଅସୁବିଧା ନଥିବା ଭିଡ଼ିଓରେ ଦେଖା ଯାଇଛି | ନିରବ ମୋଦି ପାଇଁ ପ୍ରସ୍ତୁତ ହୋଇଥିବା ସେଲର ବ୍ୟାରେକ ସଂଖ୍ୟା ୧୨ରେ ରହିବାରେ କୌଣସି ଅସୁବିଧା ନଥିବା ଭିଡ଼ିଓରେ ଦେଖା ଯାଇଛି | ପରିବେଶ ପରିଷ୍କାର ରହିଥିବା ବେଳେ କୋଠରୀକୁ ପର୍ଯ୍ୟାପ୍ତ ପରିମାଣରେ ବାହାର ଆଲୋକ ପଡୁଛି | ଏହା ସହ ଭିତରେ ୬ଟି ଟ୍ୟୁବଲାଇଟ ରହିଛି | ମୂଷା ନ ଥିବା ସହ ବାହାରୁ କୌଣସି ଶବ୍ଦ ଭିତତରକୁ ଆସୁନଥିବା ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି |

Prasun Sonwalkar: Latest News, Top News, Photos, Videos by Prasun ...
Hindustan Times

ଏହା ସହ ଦିନକୁ ୨୪ ଘଣ୍ଟା ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି | ଭାରତ ପକ୍ଷରୁ ପ୍ରମାଣ ମିଳିବା ପରେ ନିରବ ମୋଦୀ ତରଫରୁ କରାଯାଇଥିବା ଯୁକ୍ତିକୁ ଭାରତ ସଠିକ ଜବାବ ଯୋଗାଇ ଦେଇଛି ବୋଲି କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସ (ସିପିଏସ୍) କହିଛି |

ସମ୍ବନ୍ଧିତ ଖବର