ଭାରତକୁ ପ୍ରତ୍ୟାର୍ପଣ ହେବ ନିରବ ମୋଦୀ ! ଲଣ୍ଡନ ହାଇକୋର୍ଟରେ ଆବେଦନ ଖାରଜ

ଲଣ୍ଡନ : ପଳାତକ ବ୍ୟାଙ୍କ ଠକ ନିରବ ମୋଦୀ ଭାରତକୁ ପ୍ରତ୍ୟାର୍ପଣ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ଏହି ପ୍ରତ୍ୟାର୍ପଣ ବିରୋଧରେ ଲଣ୍ଡନ ହାଇକୋର୍ଟରେ ନିରବ ମୋଦୀ କରିଥିବା ଆବେଦନ ଖାରଜ ହୋଇଯିବା ପରେ ତାକୁ ଭାରତ ଅଣାଯିବା ପଥରେ ଥିବା ଏକ ବଡ଼ ପ୍ରତିବନ୍ଧକ ଦୂର ହୋଇଛି ।

ତେବେ ନିରବ ମୋଦୀ କୋର୍ଟରେ ଏକ ଅଦ୍ଭୁତ କାରଣ ଦର୍ଶାଇ ପ୍ରତ୍ୟାର୍ପଣ ନ କରିବାକୁ ନିବେଦନ କରିଥିଲା । ସେ ଦର୍ଶାଇଥିଲା ଯେ ତାହାର ମାନସିକ ଅବସ୍ଥା ଭଲ ନାହିଁ, ଭାରତକୁ ପଠାଇଲେ ତାହାର ମାନସିକ ଅବସ୍ଥା ଆହୁରି ଖରାପ ହେବ ଓ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ।

କିନ୍ତୁ ତାହାର ଏହି ଯୁକ୍ତିକୁ କୋର୍ଟ ମାନି ନଥିଲେ । ଲର୍ଡ ଜଷ୍ଟିସ୍ ଜିରୋମି ଷ୍ଟୁଆର୍ଟ ସ୍ମିଥ ଓ ଜଷ୍ଟିସ ରବର୍ଟ ଜେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ନିରବ ମୋଦୀକୁ ଭାରତ ପ୍ରତ୍ୟାର୍ପଣ ପାଇଁ ଅନୁମତି ଦେଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ନିରବ ମୋଦୀ ୧୪ ଦିନ ମଧ୍ୟରେ ବ୍ରିଟେନର ସୁପ୍ରିମକୋର୍ଟରେ ଆବେଦନ କରିପାରିବେ । ତେବେ ଯଦି ହାଇକୋର୍ଟ ସହମତ ହେବେ ଯେ ତା ମାମଲାରେ ସର୍ବସାଧାରଣଙ୍କ ପ୍ରତି ଗୁରୁତ୍ବ ରଖୁଥିବା କିଛି ଆଇନ ସାମିଲ ଅଛି, ତେବେ ହିଁ ସେ ସୁପ୍ରିମକୋର୍ଟରେ ଆବେଦନ କରିପାରିବ ।

୧୩ ହଜାର କୋଟି ଟଙ୍କାର ପିଏନବି ବ୍ୟାଙ୍କ ଠକେଇ ମାମଲାରେ ନିରବ ମୋଦୀଙ୍କୁ ସିବିଆଇ ଓ ଇଡି ଖୋଜୁଛନ୍ତି ।

ସମ୍ବନ୍ଧିତ ଖବର