ବିଦେଶରେ ବ୍ୟାବସାୟିକ ଚୁକ୍ତି ଥିବା ହେତୁ ନୀରବ ମୋଦିଙ୍କୁ ଭାରତ ଆସିବା ପାଇଁ ସମୟ ଲାଗିବ : ଓକିଲ

ନୂଆଦିଲ୍ଲୀ : ୧୨,୬୦୦ କୋଟି ଟଙ୍କା ଠକେଇ କରି ଦେଶ ବାହାରକୁ ଚାଲି ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ମାମଲା ଧୀରେ ଧୀରେ ନୁଆ ମୋଡ଼ ନେବାକୁ ଲାଗିଛି । ସବୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ପିଏନ୍‌ବି ଠକେଇ ମାମଲାରେ ପଚରାଉଚରା କରିବା ପାଇଁ ସିବିଆଇ ନୀରବ ମୋଦିଙ୍କୁ ସମନ ଜାରି କରିଥିବା ବେଳେ ସେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନ ହୋଇ କେବେ ବି ଭାରତ ଆସିବେ ନାହିଁ ବୋଲି କହିଥିଲେ । ଏବେ ମୋଦିଙ୍କ ଓକିଲ ଏ ନେଇ ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ।
ତାଙ୍କ କହିବା ଅନୁଯାୟୀ, ‘ପିଏନ୍‌ବି ମାମଲା ଏକ ଠକେଇ ନୁହେଁ ଏବଂ ନୀରବ ମୋଦିଙ୍କୁ ଭାରତ ଆସିବା ପାଇଁ କିଛି ସମୟ ଲାଗିବ । କାରଣ ଦେଶ ବାହାରେ ତାଙ୍କର କିଛି ବ୍ୟାବସାୟିକ ଚୁକ୍ତି ରହିଛି, ଯାହାକୁ ସେ ପୁରା କରିବା ପରେ ହିଁ ଭାରତ ଆସି ପାରିବେ । ସୁରକ୍ଷାକୁ ଆଖି ଆଗରେ ରଖି ସେ ଏମିତି ହଠାତ୍‌ ଭାରତକୁ ଫେରି ପାରିବେ ନାହିଁ । ସେଥିପାଇଁ ତାଙ୍କୁ ସମୟ ଲାଗୁଛି ଏବଂ ଆପଣମାନେ ଏହି ମାମଲାକୁ ଏକ ଠକେଇ ବୋଲି ମନେ କରି ଆଦୌ ଉଚିତ୍‌ ନୁହେଁ” ବୋଲି ସେ କହିଛନ୍ତି ।

Business Today

ସୂଚନା ମୁତାବକ,ନୀରବ ମୋଦିଙ୍କୁ ଭାରତ ଆସିବା ପାଇଁ କୁହା ଯାଇଥିଲେ ମଧ୍ୟ ସେ ଆସିବା ପାଇଁ ମନା କରି ଦେଇଥିଲେ । ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍‌ସିଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଥିଲେ ମଧ୍ୟ ସେମାନେ ହାଜିର ହୋଇ ନଥିଲେ । ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଅଦାଲତ ଜାମିନ୍‌ ବିହୀନ ପରଓ୍ଵାନା ଜାରି କରିଥିଲା ।

ସମ୍ବନ୍ଧିତ ଖବର