ନୀରବ ମୋଦୀଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୧୧କୁ ବର୍ଦ୍ଧିତ କଲେ ଲଣ୍ଡନ କୋର୍ଟ

ନୂଆଦିଲ୍ଳୀ: ୧୩,୫୦୦ କୋଟି ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌(ପିଏନ୍‌ବି) ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ନ୍ୟାୟିକ ହେପାଜତକୁ ୧୧ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଲଣ୍ଡନ କୋର୍ଟ। ୪୮ ବର୍ଷିଅ ଏହି ବ୍ୟବସାୟୀ ଜଣକ ହେଉଛନ୍ତି ପିଏନ୍‌ବି ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କ ପୁତୁରା।

ଏହି ମାମାଲା ସାମ୍ନାକୁ ଆସିବା ପରେ ଉଭୟ ମେହୁଲ୍‌ ଚୋକ୍‌ସି ଓ ନୀରବ ମୋଦୀ ଚଳିତବର୍ଷ ଜାନୁଆରିରେ ଦେଶ ଛାଡ଼ି ପଳାଇ ଯାଇଥିଲେ। ମୋଦୀଙ୍କୁ ମାର୍ଚ ୧୯ ତାରିଖରେ ସ୍କଟଲାଣ୍ଡ୍‌ ୟାର୍ଡ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

Business Today

ଭାରତୀୟ ତଦନ୍ତକାରୀ ସଂସ୍ଥା ଓ ପୁଲିସ୍‌ ବାରମ୍ବାର ସମନ ପଠାଇବା ପରେ ସେ ବି ସେ ଭାରତ ଆସୁନାହାନ୍ତି। ନୀରବ ମୋଦୀଙ୍କୁ ଭାରତୀୟ ଆଇନ୍‌ ପ୍ରକ୍ରିୟାର ସାମ୍ନା କରାଇବା ପାଇଁ ଭାରତ ତାଙ୍କର ପ୍ରତ୍ୟାର୍ପଣ ପାଇଁ ଦାବି କରିଛି। ୨୦୧୦ ମସିହା ମେ ମସିହାରେ ନୀରବ ମୋଦୀଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର