ନିରବ ମୋଦିର ଜାମିନ ଆବେଦନ ଖାରଜ, ୨୯ ପର୍ଯ୍ୟନ୍ତ ହାଜତରେ ରହିବ

ଲଣ୍ଡନ : ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ଖାରଜ କରିଦେଇ ତାକୁ ୨୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଦେଇଛନ୍ତି । ଏହା ପୂର୍ବରୁ ନିରବକୁ ଲଣ୍ଡନ ପୁଲିସ ଗିରଫ କରି କୋର୍ଟରେ ହାଜର କରିଥିଲା । ତାହାର ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା ।
ଦୁଇ ଦିନ ପୂର୍ବେ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଏହି ପରଓ୍ଵାନା ଜାରି କରିଥିଲେ । ଏହି ଗିରଫ ନିରବକୁ ଭାରତକୁ ପ୍ରତ୍ୟାର୍ପଣର ପ୍ରଥମ ସୋପାନ ବୋଲି କୁହାଯାଉଛି ।
ଗତ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ୧୩,୪୦୦ କୋଟି ଟଙ୍କାର ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ ଠକେଇ ଅଭିଯୁକ୍ତ ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ । ଭାରତ-ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଲଣ୍ଡନର େଓ୍ଵଷ୍ଟମିନିଷ୍ଟର୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଅନୁମତି ଜରୁରୀ ।

ସମ୍ବନ୍ଧିତ ଖବର