ନୂଆଦିଲ୍ଲୀ: ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରିଛି। ୧୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି। ପବନ ଗୁପ୍ତାର ଓକିଲ ଏପି ସିଂହ ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି। ଟ୍ରାଏଲ୍ କୋର୍ଟ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ମାର୍ଚ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ଏବଂ ଏଥିପାଇଁ ଡେଥ୍ ୱାରେଣ୍ଟ୍ ଜାରି ହୋଇଛି। ଆସନ୍ତା ସୋମବାର ଦିନ ସୁପ୍ରିମ୍ କୋର୍ଟ ଏ ସଂକ୍ରାନ୍ତରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ପୁଣି ଥରେ ଡେଥ୍ ୱାରେଣ୍ଟ୍ ଉପରେ ରହିତାଦେଶ ଲଗାଇବା ପାଇଁ ଏହା ଦୋଷୀଙ୍କ ପକ୍ଷରୁ ଯୋଜନାବଦ୍ଧ କୌଶଳ ବୋଲି କୁହାଯାଉଛି। ପବନର କ୍ୟୁରେଟିଭ୍ ପିଟିସନ ପରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାର ଆଇନଗତ ଅଧିକାର ରହିଛି। ସୁପ୍ରିମ୍ କୋର୍ଟରେ କ୍ୟୁରେଟିଭ୍ ଆବେଦନ ଖାରଜ ହେବା ପରେ ରାଷ୍ଟ୍ରପତିଙ୍କ ନିକଟରୁ କ୍ଷମା ଆବେଦନ ସଂକ୍ରାନ୍ତ ନିଷ୍ପତ୍ତି ଆସିବା ପାଇଁ ୩/୪ ଦିନ ଲାଗି ଯାଇଥାଏ। ଏଭଳି ସ୍ଥିତିରେ ୩ ମାର୍ଚ ପାଇଁ ଜାରି ହୋଇଥିବା ଡେଥ୍ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହି ମାମଲାରେ ଅନ୍ୟ ୩ ଜଣ ଦୋଷୀ ଅକ୍ଷୟ, ବିନୟ ଏବଂ ମୁକେଶ ପାଖରେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ। ପୂର୍ବରୁ ସେମାନଙ୍କର ସମସ୍ତ ଆବେଦନ ଖାରଜ ହୋଇସାରିଛି।
ନିର୍ଭୟା ମାମଲା: ପୁଣି ଟଳିବ ଫାଶୀ! କ୍ୟୁରେଟିଭ୍ ପିଟିସନ ଦାଖଲ କଲା ଦୋଷୀ ପବନ
/sambad/media/post_attachments/wp-content/uploads/2020/02/nirbhaya-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)