ନିର୍ଭୟା ମାମଲା: ଦୋଷୀ ବିନୟ ଶର୍ମା ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ଆଜି ପୁଣିଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ରାଷ୍ଟ୍ରପତିଙ୍କ ଦ୍ବାରା ବିନୟର କ୍ଷମା ଆବେଦନ ଖାରଜ ହୋଇଥିବାରୁ ବିନୟ ଏହାକୁ ଚ୍ୟାଲେଂଜ କରି ପୁଣିଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିନୟ କହିଛି ତା’ କ୍ଷମା ଆବେଦନ ଖାରଜ ହେବାରେ ସାମ୍ବିଧାନିକ ଅନିୟମିତତା ଏବଂ ପ୍ରକ୍ରିୟାଗତ ତ୍ରୁଟି ରହିଛି। ବିନୟର ଆବେଦନରେ ଏହା ଦର୍ଶାଯାଇଛି ଯେ କ୍ଷମା ଆବେଦନ ଖାରଜ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଯେଉଁ ସୁପାରିସ କରାଯାଇଥିଲା ସେଥିରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ସ୍ବାକ୍ଷର ନଥିଲା।

ସମ୍ବନ୍ଧିତ ଖବର