ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଜଣ ଦୋଷୀଙ୍କୁ ଆସନ୍ତା ୨୨ରେ ଫାଶୀ ହେବ। ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିବାରୁ ସୁପ୍ରିମକୋର୍ଟ ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି କରିବେ। ଜଷ୍ଟିସ୍ ଏନ୍ ଭି ରମଣା, ଅରୁଣ ମିଶ୍ର, ଆରଏଫ୍ ନରିମାନ୍, ଆର ଭାନୁମତୀ, ଏବଂ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ନିର୍ଭୟା ମାମଲାରେ କ୍ୟୁରେଟିଭ୍ ପିଟିସନ୍ର ଶୁଣାଣି କରିବେ। ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ବାରା ଗତ ୯ ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରାଯାଇଛି। ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏନେଇ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି। ତେବେ ଫାଶୀ କ୍ଷେତ୍ରରେ ଜଣେ ଦୋଷୀ ପାଇଁ ସୁପ୍ରିମକୋର୍ଟରେ ଶେଷ ସାହାରା ହେଉଛି କ୍ୟୁରେଟିଭ୍ ପିଟିସନ୍।
ନିର୍ଭୟା ମାମଲା: ୧୪ରେ କ୍ୟୁରେଟିଭ୍ ପିଟିସନ୍ ଶୁଣାଣି
/sambad/media/post_attachments/wp-content/uploads/2019/12/Nirbhaya-Case-784x441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)