ନିର୍ଭୟା ମାମଲା : କ୍ଷମା ଆବେଦନ ଅଗ୍ରାହ୍ୟ ପାଇଁ କେନ୍ଦ୍ରକୁ କହିଲେ ଦିଲ୍ଲୀ ସରକାର

ନିର୍ଭୟା ଦୋଷୀ ୨୩ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଛନ୍ତି, ଦଶମ ପରୀକ୍ଷାରେ ଫେଲ୍‌ ‌ହୋଇଛନ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଆଜି ନିର୍ଭୟା ମାମଲାର ଦୋଷୀ ମୁକେଶର କ୍ଷମା ଆବେଦନକୁ ଅଗ୍ରାହ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏ ବାବଦରେ ଆମେ ତତ୍କାଳ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ମତ ଜଣାଇ ଦେଇଛୁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ମୁକେଶ କ୍ଷମା ଆବେଦନ କରିବାର ୨୪ ଘଣ୍ଟା ମଧ୍ୟରେ ହିଁ ଦିଲ୍ଲୀ ସରକାର ତାଙ୍କ ମତାମତ ଉପରାଜ୍ୟପାଳଙ୍କୁ ଜଣାଇ ଦେଇଛନ୍ତି।

ନିର୍ଭୟା ଦୋଷୀ ୨୩ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଛନ୍ତି, ଦଶମ ପରୀକ୍ଷାରେ ଫେଲ୍‌ ‌ହୋଇଛନ୍ତି
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀ ତିହାର ଜେଲ୍‌ରେ ରହିବା ସମୟରେ ୨୩ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଛନ୍ତି। ଦୋଷୀ ଅକ୍ଷୟ ଠାକୁର ସିଂହ , ମୁକେଶ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଗତ ୭ ବର୍ଷ ମଧ୍ୟରେ ସମୁଦାୟ ୨୩ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଛନ୍ତି। ବିନୟ ଜେଲ୍‌ରେ ରହିବା ସମୟରେ ସମୁଦାୟ ୧୧ ଥର ଜେଲ୍‌ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଥିବା ବେଳେ ଅକ୍ଷୟ ଥରେ, ମୁକେଶ ୩ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଥିଲା ଏବଂ ପୱନ ୮ ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଥିଲା। ୪ ଜଣ ଦୋଷୀ ଜେଲ୍‌ରେ ରହିବା ସମୟରେ ସମୁଦାୟ ୧,୩୭,୦୦୦ ଟଙ୍କା ରୋଜଗାର କରିଛନ୍ତି। ଜେଲ୍‌ରେ ରହିବା ସମୟରେ ମୁକେଶ କୌଣସି ଶାରୀରିକ ପରିଶ୍ରମ କରିବାକୁ ରାଜି ନଥିଲା। ଅକ୍ଷୟ ୬୯,୦୦୦ ଟଙ୍କା ରୋଜଗାର କରିଛି, ପୱନ ୨୯,୦୦୦ ଏବଂ ବିନୟ ୩୯,୦୦୦ ଟଙ୍କା ରୋଜଗାର କରିଛି। ୨୦୧୬ରେ ୩ ଦୋଷୀ ମୁକେଶ, ପୱନ ଏବଂ ଅକ୍ଷୟ ଦଶମ ଶ୍ରେଣୀରେ ନାମ ଲେଖାଇଥିଲେ ଏବଂ ପରୀକ୍ଷା ଦେଇଥିଲେ। କିନ୍ତୁ କେହି ଜଣେ ହେଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି। ବିନୟ ୨୦୧୫ରେ ବ୍ୟାଚଲର ଡିଗ୍ରିରେ ନାମ ଲେଖାଇଥିଲା। କିନ୍ତୁ ଏହାକୁ ସେ ଶେଷ କରିପାରିନଥିଲା। ସମସ୍ତ ଦୋଷୀଙ୍କୁ ଏବେ ସେମାନଙ୍କ ପରିବାର ସଦସ୍ୟ ୨ ଥର ଭେଟିବାପାଇଁ ଅନୁମତି ମିଳିଛି। ଏହି ୪ ଦୋଷୀଙ୍କୁ ଫାଶୀ ଦେବେ ପୱନ ଜଲ୍ଲାଦ। ଫାଶୀର ୨ ଦିନ ପୂର୍ବରୁ ସେ ତିହାର ଜେଲ୍‌ ଆସିବେ। ପୱନଙ୍କୁ ଏଥିପାଇଁ ୧୫ ହଜାର ଟଙ୍କା ପାରିଶ୍ରମିକ ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର