ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଦୋଷୀଙ୍କୁ ଜାନୁଆରି ୨୨ରେ ଫାଶୀ ମିଳିପାରିବ ନାହିଁ ବୋଲି ଆଜି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଦୋଷୀ ମୁକେଶର କ୍ଷମା ଆବେଦନକୁ ଯୋଜନାବଦ୍ଧ ଭାବେ ବିଳମ୍ବ କରି ବ୍ୟବସ୍ଥାର ଦୁରୁପଯୋଗ କରାଯାଉଛି ବୋଲି ସେ କହିଛନ୍ତି। ଦୋଷୀଙ୍କ ଓକିଲ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରିବା ପାଇଁ ସମସ୍ତ ଚାଲ୍ ଖେଳୁଛନ୍ତି ଏବଂ ଏଥିରେ ଆମ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଅପରାଧୀଙ୍କ ପାଇଁ ସହାୟକ ହେଉଛି। ଆଶାଦେବୀ କହିଛନ୍ତି ଯେ ସେ ନ୍ୟାୟ ପାଇଁ ୭ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ଦୋଷୀମାନଙ୍କୁ ୨୨ରେ ଫାଶୀ ଦେବାପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିବାରୁ ଏହି ଦିନ ଦୋଷୀଙ୍କୁ ଫାଶୀ ମିଳିବ କି ନାହିଁ, ଆମେ ତାହା ହିଁ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହୁଛୁ ବୋଲି ଆଶଦେବୀ କହିଛନ୍ତି। ସରକାରଙ୍କୁ ଏ ବିଷୟରେ ଗଣମାଧ୍ୟମ ପ୍ରଶ୍ନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଦୋଷୀ ମୁକେଶର କ୍ଷମା ଆବେଦନକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିବା ପାଇଁ ଆଜି ଆଶାଦେବୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି। ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂହର କ୍ଷମା ଆବେଦନ ସଂପର୍କରେ ଆଜି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ନେଇ ବିଭିନ୍ନ ମହିଳା ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ନିର୍ଭୟା ମା’ଙ୍କ ଉଦ୍ବେଗ: ନ୍ୟାୟିକ ବ୍ୟବସ୍ଥା ଅପରାଧୀଙ୍କୁ ସହଯୋଗ କରୁଛି
/sambad/media/post_attachments/wp-content/uploads/2020/01/nirbhaya-mother-1578396771.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)