ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ ବୋଲି ଶୁଣାଯାଉଥିବା ବେଳେ ଦିଲ୍ଲୀ ତିହାର ଜେଲ୍ ଉତ୍ତର ପ୍ରଦେଶର ମିରଟ୍ ଜେଲରୁ ଜଣେ ଘାତକକୁ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।
ମାମଲାର ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତକୁ ଗତ ରବିବାର ଦିନ ମଣ୍ଡୋଲି ଜେଲରୁ ତିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ମାମଲାର ଅନ୍ୟ ତିନି ଦୋଷୀ- ଅକ୍ଷୟ ଠାକୁର, ମୁକେଶ ସିଂହ ଏବଂ ବିନୟ ଶର୍ମା ପୂର୍ବରୁ ତିହାର ଜେଲରେ ଅଛି। ଏହି ଚାରି ଦୋଷୀଙ୍କ ଉପରେ ୨୪ଘଣ୍ଟା ନଜର ରଖାଯାଉଛି।
ଏହି ଚାରି ଦୋଷୀ ବହୁତ ଚିନ୍ତାରେ ଅଛନ୍ତି। ତିହାର ଜେଲର ସୂତ୍ର ମୁତାବକ, ଗତ ୬ମାସ ହେବ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ କୌଣସି କାମ କରିବା ପାଇଁ ଦିଆଯାଉନାହିଁ। ଦୋଷୀ ଗଣମାଧ୍ୟମରେ ଚାଲିଥିବା ଫାଶୀ ଖବରକୁ ନେଇ ସମ୍ପୂର୍ଣ୍ଣ ଭୟଭୀତ ହୋଇପଡ଼ିଛନ୍ତି। ଏହି ଚାରିଜଣଙ୍କ ଉପରେ ସିସିଟିଭି ଓ ଜେଲର ସୁରକ୍ଷାକର୍ମଚାରୀଙ୍କ ଆଧାରରେ ୨୪ଘଣ୍ଟା ନଜର ରଖାଯାଉଛି। ସମୟ-ସମୟରେ ଡାକ୍ତର ଡକାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବି କରାଯାଉଛି।