ନିର୍ଭୟା ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶର ପୁନର୍ବିଚାର: ମାମଲାର ଶୁଣାଣିରୁ ଓହରିଗଲେ ପ୍ରଧାନ ବିଚାରପତି; ବୁଧବାର ହେବ ଶୁଣାଣି

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୁଷ୍କର୍ମକାରୀ ଅକ୍ଷୟ କୁମାର ଦଣ୍ଡାଦେଶର ପୁନର୍ବିଚାର ପାଇଁ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଆଜି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଜଷ୍ଟିସ ଆର ଭାନୁମତୀ ଓ ଜଷ୍ଟିସ୍‌ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏହି ପୁନର୍ବିଚାର ଆବେଦନର ଶୁଣାଣି ହେବାର ଥିଲା। ତେବେ, ଶେଷ ମୁହୂର୍ତ୍ତରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଏହି ପୁନର୍ବିଚାର ପାଇଁ ଆଗତ ମାମଲାର ଶୁଣାଣିରୁ ନିଜକୁ ଓହରାଇ ନେବାରୁ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି (ବୁଧବାର)କୁ ଘୁଞ୍ଚାଇ ଦିଆଯାଇଛି। ବୁଧବାର ଦିନ ଏକ ନୂତନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ଝିଆରୀ ପୂର୍ବରୁ ସୁପ୍ରିମ୍‌ କୋର୍ଟରେ ନିର୍ଭୟାଙ୍କ ପକ୍ଷରୁ ମାମଲା ଲଢ଼ୁଥିବାରୁ ବର୍ତ୍ତମାନ ପୁନର୍ବିାଚାର ପାଇଁ ହୋଇଥିବା ଆବେଦନର ଶୁଣାଣିରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ନିଜକୁ ଓହରାଇ ନେଇଛନ୍ତି।

ସମ୍ବନ୍ଧିତ ଖବର