ଫାଶୀ ଟାଳିବାକୁ ଦୋଷୀ ପବନ କୁମାର ଗୁପ୍ତା ଗଲା ସୁପ୍ରିମକୋର୍ଟ, ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଜଣେ ଦୋଷୀ ପବନ କୁମାର ଗୁପ୍ତା ଆଜି ସୁପ୍ରିମ୍ କୋର୍ଟରେ ପୁଣି ଆବେଦନ ଦାଖଲ କରିଥିବା ଜଣାଯାଇଛି। ଫାଶୀ ଟାଳିବାକୁ ସେ ଏଭଳି ପ୍ରୟାସ କରୁଥିବା କୁହାଯାଉଛି। ସେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମୟରେ ନାବାଳକ ଥିବା ଦର୍ଶାଇ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି। ଜାରି ହୋଇଥିବା ମୃତ୍ୟୁ ପରୱାନାକୁ ବି ଖାରଜ କରିବାକୁ ଆବେଦନ କରିଛି ପବନ।

Image result for pawan gupta nirbhaya
image source-amarujala

ସୂଚନାଯୋଗ୍ୟ,୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦ୍ବିତୀୟ ଥର ପାଇଁ ଜାରି ହୋଇଥିବା ଡେଥ୍‌ ୱାରେଣ୍ଟ ମଧ୍ୟ ଫେବ୍ରୁଆରି ୧ରେ କାର୍ଯ୍ୟକାରୀ ହେବାନେଇ ଅନିଶ୍ଚିତତା ଦେଖାଦେଇଛି। ଫାଶୀ ରୋକିବା ପାଇଁ ୪ ଜଣ ଦୋଷୀ (ଅକ୍ଷୟ ସିଂହ ଠାକୁର, ମୁକେଶ ସିଂହ, ବିନୟ କୁମାର ଶର୍ମା ଏବଂ ପବନ କୁମାର ଗୁପ୍ତା) ଗତକାଲି ପୁଣି ପଟିଆଲା ହାଉସ୍‌ କୋର୍ଟରେ ଆବେଦନ ଦାଖଲ କରିଥିଲେ।

ସେମାନଙ୍କ ପାଖରେ ନ୍ୟାୟିକ ବିକଳ୍ପ ସୁଯୋଗ ରହିଥିବାରୁ ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ଦୋଷୀଙ୍କ ଓକିଲ ଏ ପି ସିଂହ ଆବେଦନ କରିଛନ୍ତି। ଫାଶୀ ଟାଳିବା ପାଇଁ ଦୋଷୀଙ୍କ ପକ୍ଷରୁ ଅହରହଃ ପ୍ରୟାସ ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ଦ୍ବିତୀୟ ଡେଥ୍‌ ୱାରେଣ୍ଟ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର