ନୂଆଦିଲ୍ଲୀ: ଆଜି ପ୍ରତ୍ୟୁଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀ ଫାଶୀ ପାଇବା ପୂର୍ବରୁ ଜଳଖିଆ ଖାଇଲେ ନାହିଁ କିଂବା ଶେଷଇଚ୍ଛା ବ୍ୟକ୍ତ କଲେନାହିଁ ବୋଲି ତିହାର ଜେଲ୍‌ର ମହାନିର୍ଦେଶକ ସନ୍ଦୀପ ଗୋଏଲ୍‌ କହିଛନ୍ତି।

Advertisment

ଫାଶୀ ପାଇବାର ବହୁ ସମୟ ପୂର୍ବରୁ ଚାରି ଦୋଷୀ- ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର ଓ ବିନୟ ଶର୍ମା ନିଜ ନିଜର ଜେଲ୍‌ କୋଠରି ମଧ୍ୟରେ ବିକଳ ହୋଇ କାନ୍ଦିଥିଲେ। ସେମାନେ ରାତିରେ ମଧ୍ୟ କିଛି ଖାଇ ନ ଥିଲେ ଏବଂ ଅନିନ୍ଦ୍ରା ରହିଥିଲେ ବୋଲି ତିହାର ଜେଲ୍‌ ସୂତ୍ରରୁ ପ୍ରକାଶ।
ଗୋଏଲ୍‌ କହିଛନ୍ତି ଯେ ଆଜି ଭୋର୍‌ ୫: ୩୦ ମିନିଟ୍‌ ସମୟରେ ଚାରିଜଣଙ୍କୁ ଫାଶୀ ଦିଆଯିବା ପରେ ସକାଳ ୬:୧୦ରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

publive-image Image Source: India Today

ସେମାନଙ୍କୁ ଫାଶୀ ଦେଇଥିବା ପବନ ଜହ୍ଲାଦ କହିଛନ୍ତି ଯେ ଚାରି ଦୋଷୀଙ୍କୁ ଫାଶୀ ଦେଇ ମୁଁ ଆନନ୍ଦିତ। ଦୀର୍ଘ ଦିନ ହେଲାଣି ମୁଁ ଏଇ ସମୟକୁ ଅପେକ୍ଷା କରିଥିଲି।

ଦୋଷୀମାନଙ୍କୁ ଫାଶୀ ଦିଆଯାଇଥିବା ଖବର ପ୍ରସାରିତ ହେବା ମାତ୍ରେ ଲୋକେ ରାସ୍ତାକୁ ବାହାରି ଆସି ତ୍ରିରଙ୍ଗ ପତାକା ଉଡ଼ାଇବା ସହ ନିର୍ଭୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଦିଲ୍ଲୀର ଦୀନ ଦୟାଲ୍‌ ଉପାଧ୍ୟାୟ ହସ୍‌ପିଟାଲ୍‌ରେ ଚାରିଜଣଙ୍କର ଶବ ବ୍ୟବଚ୍ଛେଦ କରାଯିବ।