ନୂଆଦିଲ୍ଲୀ: ଫେବ୍ରୁଆରି ୧ ତାରିଖ ଦିନ ଧାର୍ଯ୍ୟ କରାଯାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ନିମନ୍ତେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ଓକିଲ ଦିଲ୍ଲୀ ଅଦାଲତରେ ଆବେଦନ କରିଛନ୍ତି।
ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଦୋଷୀଙ୍କ ତରଫରୁ ଓକିଲ ଏ. ପି. ସିଂହ ଏହି ଆବେଦନ ଫାଇଲ୍ କରିଛନ୍ତି।
ସେ କହିଛନ୍ତି ଯେ କେତେକ ଦୋଷୀଙ୍କର ଆଇନଗତ ପ୍ରତିକାର ଏବେ ମଧ୍ୟ ବାକି ରହିଛି। ଆବେଦନରେ ଓକିଲ ଦାବି କରିଛନ୍ତି ଯେ ଦିଲ୍ଲୀ କାରାଗାର ନିୟମାନୁସାରେ, ରାଜକ୍ଷମା ଆବେଦନ ସମେତ ଶେଷ ଅପରାଧୀଜଣଙ୍କର ସମସ୍ତ ଆଇନଗତ ବିକଳ୍ପ ନ ସରିବା ଯାଏଁ, ଏକା ଅପରାଧରେ ଜଡ଼ିତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ।
Image Source: Latest Lawsଏହାଛଡ଼ା, ୨୦୧୪ ମସିହାରେ ସୁପ୍ରିମ୍ କୋର୍ଟ ଦେଇଥିବା ଏକ ରାୟ ପ୍ରତି ସିଂହ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେଥିରେ ସୁପ୍ରିମ୍ କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ ଯେ ରାଜକ୍ଷମା ନାକଚ ହେବା ପରେ ମୃତ୍ୟୁ ଦଣ୍ଡାଦେଶ ପ୍ରାପ୍ତ ଦୋଷୀଙ୍କୁ ଫାଶୀ ଦିଆଯିବା ଆଗରୁ ୧୪ ଦିନ ସମୟ ଦିଆଯିବ।
ଏହି ଆବେଦନ ସ୍ପେସାଲ୍ ଜଜ୍ ଏ କେ ଜୈନଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ଆଜି ସେ ଏହି ଆବେଦନର ଶୁଣାଣି କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Hearing-on-Hange-of-Nirbhaya-Case-Convicts_Thumbnail-1.jpg)