ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଅପରାଧର ୨୬୫୦ ଦିନ ପରେ ମିଳିଲା ନ୍ୟାୟ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣାକ୍ରମ

୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ ବର୍ଷ ପରେ ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ମାମଲାରେ ୪ ଦୋଷୀଙ୍କୁ ଆସନ୍ତାକାଲି (ଶୁକ୍ରବାର ୨୦ ତାରିଖ) ସକାଳ ୫ଟା ୩୦ରେ ତିହାର୍‌ ଜେଲ୍‌ରେ ଫାଶୀ ହୋଇଛି। ଏଥିସହ ନିର୍ଭୟାଙ୍କ ପିତାମାତାଙ୍କ ୭ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। 

୨୦୧୨, ଡିସେମ୍ବର ୧୬: ଜଣେ ନାବାଳକଙ୍କ ସମେତ ସମୁଦାୟ ୬ ଜଣ, ରାମ ସିଂହ (ବସ୍‌ ଡ୍ରାଇଭର), ରାମସିଂହର ଭାଇ ମୁକେଶ ସିଂହ. ଅକ୍ଷୟ ଠାକୁର, ବିନୟ ଶର୍ମା, ପୱନ ଗୁପ୍ତା ଦ୍ବାରା ଡାକ୍ତରୀ ଛାତ୍ରୀ ‘ନିର୍ଭୟା’ ଗଣଦୁଷ୍କର୍ମର ଶିକାର।
୨୦୧୩, ଜାନୁଆରି ୩: ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୁଲିସ ଦ୍ବାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ।
ଜାନୁଆରି ୨୮: ମାମଲାରେ ଷଷ୍ଠ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜେ‌ଜେବି (କିଶୋର ନ୍ୟାୟ ବୋର୍ଡ) ଦ୍ବାରା ଘୋଷଣା।
ଫେବ୍ରୁଆରି ୨: ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।
ମାର୍ଚ୍ଚ ୧୧: ତିହାର ଜେଲ୍‌ରେ ଆତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ୍‌ ସିଂହ।
ମାର୍ଚ୍ଚ ୨୧: ଦେଶରେ ଦୁଷ୍କର୍ମ ଆଇନରେ ସଂଶୋଧନ ଅଣାଗଲା। ୬ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ନୂଆ ଦୁଷ୍କର୍ମ ବିରୋଧୀ କଠୋର ଆଇନ ଆସିଲା।
ଅଗଷ୍ଟ ୩୧: ଗଣଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।
ସେପ୍ଟେମ୍ବର ୧୦: ଗଣଦୁଷ୍କର୍ମ , ହତ୍ୟା ଏବଂ ଅସ୍ବାଭାବିକ କାର୍ଯ୍ୟ ସମ‌େତ ସମୁଦାୟ ୧୩ ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀସାବ୍ୟସ୍ତ କଲେ।
ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର।

୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ ରଖିଲେ।
୨୦୧୫ ଡିସେମ୍ବର ୨୦: ଦିଲ୍ଲୀ ହାଇକୋର୍ଟ ନାବାଳକଙ୍କୁ ମୁକ୍ତ କରିବାପାଇଁ ମନା କରିଦେଲେ। ୩ ବର୍ଷ ବାଳ ସୁଧାର ଗୃହରେ ରହିବାପରେ ନାବାଳକ ମୁକୁଳିଲେ ।
୨୦୧୬ ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ।
୨୦୧୭ ମାର୍ଚ୍ଚ ୨୭: ମାମଲାର ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଶୁଣାଣି କରିବାପରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଲେ।
୨୦୧୮ ଜୁଲାଇ ୯: ପୱନ, ମୁକେଶ ଏବଂ ବିନୟଙ୍କ ଦ୍ବାରା ଦାଖଲ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ।
ଡିସେମ୍ବର ୧୩: ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ତ୍ବରାନ୍ବିତ କରିବାପାଇଁ ନିର୍ଭୟାଙ୍କ ବାପା ମା’ ପଟିଆଲା ହାଉସ୍‌ କୋର୍ଟର ଦ୍ବାରସ୍ଥ ।
୨୦୧୯: ଅକ୍ଟୋବର ୨୯: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବା ପାଇଁ ତିହାର ଜେଲ୍‌ ୭ ଦିନ ସମୟ ଦେଲେ।
ନଭେମ୍ବର ୮: ଦିଲ୍ଲୀ ସରକାରରେ କ୍ଷମା ଆବେଦନ କଲେ ବିନୟ ଶର୍ମା।
ଡିସେମ୍ବର ୨: ବିନୟଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ କଲେ ଏଲ୍‌ଜି। ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ମଂଜୁରି ଦେଲେ
ଡିସେମ୍ବର ୬: ଦିଲ୍ଲୀ ସରକାରଙ୍କ କ୍ଷମା ଆବେଦନ ପ୍ରତ୍ୟାଖ୍ୟାନ ସଂକ୍ରାନ୍ତ ଦିଲ୍ଲୀ ସରକାରଙ୍କ ସୁପାରିସକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ରାଷ୍ଟ୍ରପତିଙ୍କୁ ପଠାଗଲା
ଡିସେମ୍ବର ୧୦: ସୁପ୍ରିମକୋର୍ଟରେ ‌ଦୋଷୀ ଅକ୍ଷୟ ଦ୍ବାରା ରିଭ୍ୟୁ ପିଟିସନ୍‌ ଦାଖଲ।
ଡିସେମ୍ବର ୧୭: ମାମଲାର ଶୁଣାଣିରୁ ଓହରିଲେ ପ୍ରଧାନ ବିଚାରପତି।
ଡିସେମ୍ବର ୧୮: ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍‌ ଖାରଜ ।
ଡିସେମ୍ବର ୧୮: ଡେଥ୍‌ ୱାରେଣ୍ଟ୍‌ ଜାରି ସଂକ୍ରାନ୍ତ ଶୁଣାଣିକୁ ଜାନୁଆରି ୭ ଯାଏଁ ସ୍ଥଗିତ ରଖିଲେ ଦିଲ୍ଲୀ କୋର୍ଟ। ନିଭର୍ୟାଙ୍କ ମା’ କୋର୍ଟ ପରିସରରେ କାନ୍ଦି ପକାଇଲେ ।
୨୦୨୦ ଜାନୁଆରି ୭: ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ ଦିଲ୍ଲୀ କୋର୍ଟ।
ଜାନୁଆରି ୯ , ୨୦୨୦ : ଦୋଷୀ ବିନୟ ଏବଂ ମୁକେଶ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲେ
ଜାନୁଆରି ୧୪, ୨୦୨୦: ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ମୁକେଶ ସିଂହ
ଜାନୁଆରି ୧୪, ୨୦୨୦ : ବିନୟ ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍‌ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ
ଜାନୁଆରି ୧୭, ୨୦୨୦ : ଦୋଷୀ ମୁକେଶର କ୍ଷମା ଆବେଦନ ଖାରଜ କ‌ଲେ ରାଷ୍ଟ୍ରପତି
ଜାନୁଆରି ୧୭,୨୦୨୦ : ଦିଲ୍ଲୀ କୋର୍ଟ ପୁଣିଥରେ ଫେବ୍ରୁଆରି ୧ ସକାଳ ୬ରେ ଫାଶୀ ପାଇଁ ‌ଡେଥ୍‌ ୱାରେଣ୍ଟ୍‌ ଜାରି କଲେ
ଜାନୁଆରି ୨୫,୨୦୨୦ : କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ ମୁକେଶ
ଜାନୁଆରି ୨୮, ୨୦୨୦ : ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା
ଜାନୁଆରି ୨୯ , ୨୦୨୦ : ମୁକେଶର କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଫେବ୍ରୁଆରି ୧, ୨୦୨୦ : ଦୋଷୀ ବିନୟ ଶର୍ମାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବ୍ରୁଆରି ୧, ୨୦୨୦ : ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ଅକ୍ଷୟ ଠାକୁର
ଫେବ୍ରୁଆରି ୫ , ୨୦୨୦ : ସମସ୍ତ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବାପାଇଁ ଦୋଷୀଙ୍କୁ ୧ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ
ଫେବ୍ରୁଆରି ୫,୨୦୨୦ : ଅକ୍ଷୟ ଠାକୁରର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ଫେବ୍ରୁଆରି ୧୭,୨୦୨୦ : ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ କୋର୍ଟ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ
ଫେବ୍ରୁଆରି ୨୮ , ୨୦୨୦ : ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାପାଇଁ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା
ମାର୍ଚ୍ଚ ୨ : ପବନ କୁମାରର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ
ମାର୍ଚ୍ଚ ୨, ୨୦୨୦ : ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୪, ୨୦୨୦ : ପବନ ଗୁପ୍ତାର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
ମା‌ର୍ଚ୍ଚ ୫,୨୦୨୦ : ମା‌ର୍ଚ୍ଚ ୨୦ ତାରିଖ ସକାଳ ୫.୩୦ ରେ ଫାଶୀ ପାଇଁ ପୁଣିଥରେ ଡେଥ୍‌ ୱାରେଣ୍ଟ୍‌ ଜାରି କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୬,୨୦୨୦ : ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଡେଥ୍‌ ୱା‌ରେଣ୍ଟ୍‌ ଉପରେ ରହିତାଦେଶ ଲଗାଇବାକୁ ଆଇସିଜେଙ୍କୁ ଅନୁରୋଧ କଲେ
ମା‌ର୍ଚ୍ଚ ୧୮,୨୦୨୦ : ଅକ୍ଷୟ ସିଂହର ପତ୍ନୀ ବିହାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲା
ମାର୍ଚ୍ଚ ୧୯ ,୨୦୨୦ : କ୍ଷମା ଆବେଦନ ଖାରଜକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଅକ୍ଷୟ ଠାକୁର
ମାର୍ଚ୍ଚ ୧୯, ୨୦୨୦ : ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ମା‌ର୍ଚ୍ଚ ୧୯, ୨୦୨୦ : ଡେଥ୍‌ ୱାରେଣ୍ଟ୍‌ ଉପରେ ରହିତ‌ାଦେଶ ଲଗାଇବାକୁ ମନା କଲେ ଦିଲ୍ଲୀ କୋର୍ଟ
ମାର୍ଚ୍ଚ ୧୯,୨୦୨୦ : ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ଚ୍ୟାଲେଂଜ କରି ଅକ୍ଷୟ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କ‌ଲେ ସୁପ୍ରିମକୋର୍ଟ

ମାର୍ଚ୍ଚ ୧୯,୨୦୨୦ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ  ସକାଳ ସାଢେ ୫ଟାରେ ଫାଶୀ

ସମ୍ବନ୍ଧିତ ଖବର