ଗଣଦୁଷ୍କର୍ମର ଶିକାର ହେବା ପରେ ନିର୍ଭୟାଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଡାକ୍ତର ବଖାଣିଲେ ସେଦିନର ଲୋମଟାଙ୍କୁରା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀର ପଟିୟାଲା ହାଉସ୍‌ କୋର୍ଟ ଗତକାଲି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇଛନ୍ତି। ଭାରତ ଇତିହାସରେ ପ୍ରଥମଥର ପାଇଁ ୪ଜଣ ଅପରାଧୀ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହଙ୍କୁ ଜାନୁଆରି ୨୨ ତାରିଖ ସକାଳ ୭ଟାରେ ଏକା ସଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ।

ତେବେ ଏହି ଘଟଣାକୁ ନେଇ ଆଉ ଏକ ସମ୍ଭେଦନଶୀଳ କଥା ସାମ୍ନାକୁ ଆସିଛି। ସଫଦରଗଞ୍ଜ ହସ୍‌ପିଟାଲର ଡାକ୍ତର ବିପୁଲ କଣ୍ଡଓ୍ଵାଲ (ଯିଏକି ନିର୍ଭୟାଙ୍କୁ ପ୍ରଥମେ ଚିକିତ୍ସା କରିଥିଲେ) ସେଦିନର ଲୋମଟଙ୍କୁରା ଘଟଣାକୁ ମନେପକାଇ କହନ୍ତି, ‘ନିର୍ଭୟାଙ୍କୁ ଯେତେବେଳେ ସଫଦରଗଞ୍ଜ ହସପିଟାଲକୁ ଅଣା ଯାଇଥିଲା ସେତେବେଳେ ଏମରଜେନ୍ସି ଓ୍ଵାର୍ଡରେ ମୋର ରାତି ଡିୟୁଟି ପଡ଼ିଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ କ୍ଷୀପ୍ର ବେଗରେ ଆସି ହସ୍‌ପିଟାଲ୍‌ ଗେଟ୍‌ ପାଖରେ ଅଟକିଥିଲା। ଆମ୍ବୁଲାନ୍ସ ଭିତରୁ ନିର୍ଭୟାଙ୍କୁ ବାହାର କରି ଷ୍ଟ୍ରେଚର ଯୋଗେ ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା।’

Image result for nirbhaya-case
Khaleej Times

‘ଏମରଜେନ୍ସି ଓ୍ଵାର୍ଡରେ ଭର୍ତ୍ତି ହେବା ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ମୁଁ ତୁରନ୍ତ ନିର୍ଭୟାଙ୍କ ପାଖକୁ ଦୌଡ଼ି ଯାଇଥିଲି, କିନ୍ତୁ ତାଙ୍କ ଅବସ୍ଥା ଦେଖି ମୋର ହାତଗୋଡ ସେଠାରେ ଥରିବାକୁ ଲାଗିଥିଲା।  କେମିତି ଚିକିତ୍ସା କରିବି କିଛି ବୁଝି ପାରି ନ ଥିଲି। ଡାକ୍ତରୀ ଜୀବନରେ ଅନେକ ରୋଗୀଙ୍କୁ, ଆହତଙ୍କୁ, ଗୁରୁତରଙ୍କୁ ସାମ୍ନା କରିଛି କିନ୍ତୁ ନିର୍ଭୟାଙ୍କ ଶରୀରର ଅବସ୍ଥା ଦେଖି ମୁଁ ପୂରାପୂରି ସ୍ଥାଣୁ ପାଲଟି ଯାଇଥିଲି।’

‘ତାଙ୍କ ଶରୀରରୁ ପ୍ରବଳ  ରକ୍ତସ୍ରାବ ହେଉଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ରକ୍ତ ବୋହିବା ଅଟକି ପାରୁ ନ ଥିଲା। କାରଣ ତାଙ୍କ ଶରୀର ଭିତରେ ଗଭୀର ଭାବେ ଆଘତ ଲାଗିଥିଲା। ରକ୍ତକୁ ରୋକିବା ପାଇଁ ବଡ ଅସ୍ତ୍ରୋପଚାରର ଆବଶ୍ୟକ ରହିଥିଲା। ଅନେକ ଚେଷ୍ଟା ପରେ ବି କୌଣସି ସୁଧାର ନ ଆସିବାରୁ ତାଙ୍କୁ ବିଦେଶ ସ୍ଥାନାନ୍ତର କରିବାକୁ ସ୍ଥିର କରା ଯାଇଥିଲା। କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ନିର୍ଭୟାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅନେକଦିନ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରି ନ ଥିଲି।’ କୋର୍ଟ ୪ ଦୁଷ୍କର୍ମକାରୀଙ୍କ ‘ମୃତ୍ୟୁ ପରଓ୍ଵାନା’ରେ ଚୂଡ଼ାନ୍ତ ମୋହର ଲଗାଇବା ପରେ ନିର୍ଭୟାଙ୍କୁ ବଞ୍ଚାଇ ନ ପାରିବାରୁ ୭ବର୍ଷ ହେବ ଯେଉଁ ବୋଝ ଥିଲା ତାହା ହାଲୁକା ହୋଇଯାଇଛି ବୋଲି ଡାକ୍ତର କହନ୍ତି।

Image result for nirbhaya-case
Amar Ujala

ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ। ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ସମ୍ବନ୍ଧିତ ଖବର