ପୁଣି ଘୁଞ୍ଚିବ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ? ରାଜକ୍ଷମା ଖାରଜ ନିୟମ ଅନୁସାରେ ହୋଇନାହିଁ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଦୋଷୀ ବିନୟ

ନୂଆଦିଲ୍ଲୀ : ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୦ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ଏକ ଅଦାଲତଙ୍କ ପକ୍ଷରୁ ୪ର୍ଥ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । କିନ୍ତୁ ଏହି ଫାଶୀ ତାରିଖ ପୁଣି ଥରେ ଘୁଞ୍ଚିବା ଆଶଙ୍କା ଦେଖାଦେଇଛି । ଆଜି ଆଉ ଜଣେ ନିର୍ଭୟା ଦୋଷୀ ବିନୟ ଶର୍ମା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ ମଧ୍ୟ ସେଥିରେ କେତେକ ପ୍ରକ୍ରିୟାଗତ ତ୍ରୁଟି ଓ ସାମ୍ବିଧାନିକ ଅନିୟମିତତା ଥିବା ସେ ଦର୍ଶାଇଛି । ଏହି ଆବେଦନରେ କୁହାଯାଇଛି ଯେ ରାଜକ୍ଷମା ଆବେଦନ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ପଠାଯାଇଥିବା ସୁପାରିଶରେ ଦିଲ୍ଲୀ ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାକ୍ଷର ନଥିଲା । ଏଣୁ ଏହା ନିୟମର ବିରୁଦ୍ଧାଚରଣ କରୁଛି ।

ବିନୟ ନିଜ ଓକିଲ ଏ.ପି. ସିଂଙ୍କ ମାଧ୍ୟମରେ ଏହି ଆବେଦନ କରିଛି । ହାଇକୋର୍ଟ ଏହି ଆବେଦନର ପଂଜୀକରଣ କରିଥିବା ସିଂ କହିଛନ୍ତି । ଗତ ବୁଧବାରଦିନ ଆଉ ଜଣେ ଦୋଷୀ ପଓ୍ଵନ ଗୁପ୍ତା ମଧ୍ୟ ଏକ ପିଟିସନ ଦାଏର କରିଥିଲା । ଏହି ଆବେଦନ ମାଧ୍ୟମରେ ସେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଲିସ୍ରେ ଏଫ୍ଆଇଆର୍ ଆଗତ କରିବା ପାଇଁ ଅଦାଲତଙ୍କ ଅନୁମତି ମାଗିଛି।

ସମ୍ବନ୍ଧିତ ଖବର