ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ହତ୍ୟାକାରୀ, ତିଆରି ହେଲା ୪ଟି ସୁଡ଼ଙ୍ଗ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଜଣଙ୍କ ଦୋଷୀଙ୍କୁୁ ଫାଶୀ ଦଣ୍ଡାଦେଶ ଶୁଣାଯାଇ ସାରିଥିବା ବେଳେ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠଫଳକ ତିଆରି କରାଯାଇଥିବା ବେଳେ ୪ଟି ସୁଡ଼ଙ୍ଗର ନିର୍ମାଣ ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଗତ ସୋମବାର ପୂର୍ତ୍ତବିଭାଗ ୪ଟି ସୁଡ଼ଙ୍ଗ ଓ କାଠଫଳକର  ନିର୍ମାଣ କାମ ଶେଷ କରିଛି।

ପୂର୍ବରୁ ତିହାର ଜେଲରେ ମାତ୍ର‌ ଗୋଟିଏ କାଠଫଳକ ଥିବା ବେଳେ ପ୍ରଥମ କରି ଏକାସାଙ୍ଗରେ ୪ଜଣ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବାରୁ ୪ଟି ସୁଡ଼ଙ୍ଗ ନିର୍ମାଣ ହୋଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ ଜେଲ ଭିତରକୁ ଜେସିବି ମେସିନ ଯିବା ପରେ ୪ଟି କାଠଫଳକ ଓ ସୁଡ଼ଙ୍ଗ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏହି କାମ ସୋମବାର ଶେଷ ହୋଇଛି।

एक साथ लटकाए जाएंगे निर्भया के चारों दरिंदे, तिहाड़ में चार तख्ते और सुरंग तैयार
aajtak.intoday.in

ମିଳିଥିବା ସୂଚନା ମୁତାବକ, ଫାଶୀଖୁଣ୍ଟ ତଳେ ଥିବା ପ୍ରତିଟି କାଠଫଳକ ତଳେ ଗୋଟେ ଗୋଟେ ସୁଡ଼ଙ୍ଗ ନିର୍ମାଣ କରାଯାଇଥାଏ। ଫାଶୀ ଦିଆଯାଇ ସାରିବା ପରେ ତଳେ ନିର୍ମାଣ ହୋଇଥିବା ସୁଡ଼ଙ୍ଗ ଦ୍ବାରା ମୃତଦେହକୁ ବାହାରକୁ ବାହାର କରାଯାଇଥାଏ। ତେବେ ତିହାର ଜେଲ ପ୍ରଶାସନ ଡିସେମ୍ବର ୧୮ରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ନୋଟିସ୍‌ କରିଥିଲେ। ଏଥିରେ କୁହାଯାଇଥିଲା କି, ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ରାଷ୍ଟ୍ରପତିଙ୍କୁ  ରାଜକ୍ଷମା ଆବେଦନ କରି ପାରିବେ। ଏହି କ୍ରମରେ ଡିସେମ୍ବର ୨୫ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା ଆବେଦନର ସମୟସୀମା ରଖାଯାଇଥିବା ବେଳେ କୌଣସି ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇ ନଥିଲା। ଏବେ ଆସନ୍ତା ୭ତାରିଖରେ ପଟିଆଲା କୋର୍ଟ ୪ଅଭିଯୁକ୍ତଙ୍କ ମୃତ୍ୟୁ ପରୱାନା ଉପରେ ରାୟ ଶୁଣାଇବେ। ତେଣୁ ପଟିଆଲା କୋର୍ଟଙ୍କ ରାୟ ଉପରେ ପୂରା ଦେଶର ନଜର ରହିଛି।

ସମ୍ବନ୍ଧିତ ଖବର