ଅଙ୍ଗଦାନ କରିପାରିବେ ନାହିଁ ନିର୍ଭୟା ଦୋଷୀ, କୋର୍ଟ ଖାରଜ କଲେ ଆବେଦନ

ନୂଆଦିଲ୍ଲୀ: ଅଙ୍ଗଦାନ କରିପାରିବେ ନାହିଁ ନିର୍ଭୟାଙ୍କ ଦୋଷୀ | ଆଜି ଦିଲ୍ଲୀର ଏକ କୋର୍ଟ ଏଭଳି ଆବେଦନକୁ  ଖାରଜ କରିଦେଇଛନ୍ତି | ଏକ ଏନଜିଓ ପକ୍ଷରୁ ଏହି ଆବେଦନ  ଦାୟର କରାଯାଇଥିଲା | ଏଠାରେ ସୂଚନା ଥାଉ କି ଗୁରୁବାର ନିର୍ଭୟାଙ୍କ ଦୋଷୀଙ୍କୁ ଅଙ୍ଗଦାନ ପାଇଁ ମନେଇବାକୁ ତାଙ୍କୁ ଜେଲରେ ଭେଟିବାକୁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଦାଲତରେ ଆବେଦନ ଦାୟର କରିଥିଲେ | ତେବେ ଏହାକୁ କୋର୍ଟ ଖାରଜ କରିଦେଇଛନ୍ତି | ଆସନ୍ତା ଜାନୁଆରି ୨୨ ତାରିଖ ସକାଳ ୭ଟା ସମୟରେ ୪ଜଣ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଏକାଠି ଫାଶୀ ଖୁଣ୍ଟରେ ଝୁଲାଯିବ।

OneIndia

ଦିଲ୍ଲୀର ପଟିଆଲା ହାଉସ ଅଦାଲତରେ ଏକ ଏନଜିଓର ମୁଖପାତ୍ର ଶିବମ ଶର୍ମା ଏହି ଆବେଦନ ଦାୟର କରିଥିଲେ | ଏଥିରେ ଉଲ୍ଲେଖ କରାଯାଇଥିଲା କି ନିର୍ଭୟା ଦୋଷୀଙ୍କୁ ଭେଟିବାର ଅନୁମତି ଦିଆଯାଉ |ଯାହାଫଳରେ ତାଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରାଯିବା ନେଇ ସେମାନଙ୍କୁ ମନେଇବାକୁ ଏକ ପ୍ରୟାସ କରାଯିବ | ତେବେ ଅତିରିକ୍ତ ନ୍ୟାୟାଧୀଶ ସତୀଶ କୁମାର ଆରୋଡା ଏହାକୁ ଖାରଜ କରିଦେଇଥିଲେ | ଉଲ୍ଲେଖଯୋଗ୍ୟ, ୨୦୧୨ରେ ରାଜଧାନୀ ନୂଆଦିଲ୍ଲୀର ଏକ ଚଳନ୍ତା ବସ୍‌ ମଧ୍ୟରେ ଜନୈକା ପାରାମୋଡିକାଲ ଛାତ୍ରୀ ନିର୍ଭୟାଙ୍କୁ ପବନ ଗୁପ୍ତା, ବିନୟ ଶର୍ମା, ଅକ୍ଷୟ ଠାକୁର, ମୁକେଶ ସିଂହ ଓ ରାମ ସିଂହ ନିର୍ମମ ଭାବେ ଗଣଦୁଷ୍କର୍ମ କରି ରାଜଧାନୀର ରାଜରାସ୍ତା ଉପରେ ଫିଙ୍ଗି ଦେଇଥିଲେ।

ଏକ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ବିଚାରପତି ଏହି ୫ ଜଣଙ୍କୁ ଅପରାଧୀ ଘୋଷିତ କରି ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ, ଯାହା ପରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ କାଏମ୍ ରଖିଥିଲେ। ତେବେ, ତିହାର ଜେଲରେ ଥିବା ଏହି ୫ ଜଣ ଅପରାଧୀଙ୍କ ମଧ୍ୟରୁ ରାମ ସିଂହ ଗତ ୨୦୧୩ ମାର୍ଚ୍ଚ ମାସରେ ଆତ୍ମହତ୍ୟା କରିଦେବା ପରେ ଏବେ ଅନ୍ୟ ୪ ଅପରାଧୀ ଏବେ ତିହାର ଜେଲରେ ରହିଛନ୍ତି।

ସମ୍ବନ୍ଧିତ ଖବର