ଫାଶୀର ଦୃଶ୍ୟ ଦେଖିବାକୁ ନିର୍ଭୟା ପରିବାରର ଆବେଦନ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୪ ଜଣ ଦୋଷୀଙ୍କୁ ମାସକ ମଧ୍ୟରେ ଫାଶୀଦଣ୍ଡ ଦେବା ଏବଂ ଏହାର ଦୃଶ୍ୟକୁ ସିଧା ପ୍ରସାରଣ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଛି। ଦୋଷୀମାନଙ୍କ ରିଭ୍ୟୁ ପିଟିସନ୍‌ ଏବଂ କ୍ୟୁରେଟିଭ୍‌ ପିଟିସନ୍‌ଗୁଡ଼ିକର ଶୁଣାଣି ଶେଷ କରିବା ସହ ମାସକ ମଧ୍ୟରେ ସେମାନଙ୍କୁ ଫାଶୀ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଭୟା ପରିବାର ପକ୍ଷରୁ ଦାଖଲ ପିଆଇଏଲ୍‌ରେ ଦର୍ଶାଯାଇଛି। ଏଥିସହ ନିର୍ଭୟା ପରିବାରକୁ ଫାଶୀର ଦୃଶ୍ୟ ଦେଖିବାକୁ ଅନୁମତି ମିଳିବା ଆବଶ୍ୟକ ବୋଲି ପିଆଇଏଲ୍‌ରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର