ବୁଲା କୁକୁରଙ୍କ ପାଇଁ ସ୍ୱର୍ଗଟିଏ: ନିର୍ଭୟା

ଭୋପାଳ: ବୁଲା କୁକୁରଙ୍କୁ ଦେଖିଲେ କାଳେ ଏମାନେ କାମୁଡି ଦେବେ ବୋଲି କିଛି ଲୋକଙ୍କର ଡର ଥାଏ | କିନ୍ତୁ କେବେ ଭାବିଛନ୍ତି କି ମଧ୍ୟପ୍ରଦେଶର ଭୋପାଳରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଏହି ବୁଲା କୁକୁରଙ୍କୁ କେବଳ ରଖାଯାଏନାହିଁ ବରଂ ପରିବାରର ସଦସ୍ୟ ଭାବେ ଏମାନଙ୍କ ଦାୟିତ୍ୱ ନିଆଯାଇଥାଏ | ଆମେ ଆଜି କହିବୁ ବୁଲା କୁକୁରଙ୍କ ପାଇଁ ଜଣେ ସମର୍ପିତ ମଣିଷଙ୍କ କାହାଣୀ |
ଉମା ଶଙ୍କର ନାଇଡୁ, ଶିଳ୍ପ ବିଭାଗରେ ନିର୍ଦ୍ଦେଶକ ପଦରୁ ଅବସର ନେଇଥିବା ଏହି ବଡ ବାବୁ ଜଣକ କିଛି ବର୍ଷ ହେଲା ବୁଲା କୁକୁରଙ୍କ ପାଇଁ ଜଣେ ଦେବଦୁତ ପାଲଟିଯାଇଛନ୍ତି | ବୁଲା କୁକୁରଙ୍କ ପାଇଁ ହେଉଥିବା ଅତ୍ୟାଚାରକୁ ନଜର କରି ସେ ନିର୍ଭୟା ନାମକ ଆଶ୍ରମଟିଏ ପ୍ରତିଷ୍ଠା କରିଛନ୍ତି | ଭୋପାଳର ସାହାପୁର ଅଂଚଳରେ ଥିବା ନିର୍ଭୟାରେ ପାଖାପାଖି ୧୦୦ଟି କୁକୁର ରହୁଛନ୍ତି |

Photo-Betterindia

ଏହି କୁକୁରଙ୍କ ମଧ୍ୟରୁ କିଛି ଚାଲିପାରୁନଥିବାବେଳେ କିଛି ଦେଖିପାରନ୍ତି ନାହିଁ | ତଥାପି ଉମା ଶଙ୍କର ଏହି କୁକୁରମାନଙ୍କୁ ଦିନକୁ ଦୁଇ ବେଳା ନିଜ ହାତରେ ଖାଦ୍ୟ ଖୁଆଇଦେଇଥାନ୍ତି | ସେହିପରି ବୟସାଧିକ୍ୟ କାରଣରୁ ଯେଉଁ ମାଲିକମାନେ ଗାଈମାନଙ୍କୁ ରାସ୍ତାରେ ଛାଡିଦେଇଥାନ୍ତି ସେମାନଙ୍କୁ ବି ଉଦ୍ଧାର କରି ନିର୍ଭୟାରେ ଉମାଶଙ୍କର ରଖିଥାନ୍ତି |

ଉମାଶଙ୍କର କୁହନ୍ତି ଯେ ଯଦି କେବେ ମଣିଷଟିଏ କୁକୁରକୁ ମାରିଦେଇଥାଏ କୌଣସି ପ୍ରସଙ୍ଗ ହୋଇନଥାଏ, କିନ୍ତୁ ଯଦି କୁକୁରଟିଏ ଭୋକିଦେଇଥାଏ ତେବେ ମଣିଷ ତାହାକୁ ପାଗଳ କୁକୁରର ଆଖ୍ୟା ଦେଇଦେଇଥାଏ | ନାଇଡୁଙ୍କ ଏହି କୁକୁରଙ୍କ ପାଇଁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳରେ ଯେତିକିଟି କୁକୁର ଅଛନ୍ତି ଏମାନଙ୍କର ପ୍ରତି ସପ୍ତାହରେ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ପ୍ରତିଦିନ ଭାତ, ଚିକେନ ଓ କ୍ଷୀର ଖାଇବାକୁ ଦିଆଯାଇଥାଏ |

ସମ୍ବନ୍ଧିତ ଖବର