ମୁଁ ଖୁସି, କିନ୍ତୁ ବହୁତ ଖୁସି ନୁହେଁ : ନିର୍ଭୟା ଦୋଷୀଙ୍କ ନୂତନ ଫାଶୀ ତାରିଖ ଘୋଷଣା ପରେ ଏଭଳି ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଡ଼େଥ ୱାରେଣ୍ଟ ଜାରି ହୋଇଛି । ନୂଆ ଡେଟ୍ ୱାରେଣ୍ଟ ଅନୁସାରେ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ । ଏହି ନିଷ୍ପତ୍ତ ଶୁଣାଇଛନ୍ତି ମାମଲାର ଟ୍ରାଏଲ୍ କୋର୍ଟ ପଟିଆଲା ହାଉସ କୋର୍ଟ । ଏହା ପରେ ନିର୍ଭୟା ମା’ ଆଶାଦେବୀଙ୍କ  କହିଛନ୍ତି,  ମୁଁ କୋର୍ଟଙ୍କ ନିଷ୍ପତ୍ତିରେ ଖୁସି । କିନ୍ତୁ ବହୁତ ଖୁସି ନୁହେଁ । ଏଥରକୁ ମିଶାଇ ତୃତୀୟ ଥର ଲାଗି ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ୍ ଜାରି ହୋଇଛି । ପ୍ରତିଥର ଆଇନ୍ ସହ ଲୁଚକାଳି ଖେଳ ଖେଳି ବର୍ତ୍ତିଯାଉଛନ୍ତି ଦୋଷୀ । ଏପର୍ଯ୍ୟନ୍ତ ଝିଅକୁ ନ୍ୟାୟ ଦେବାକୁ ମତେ ସଂଘର୍ଷ କରିବାକୁ ପଡ଼ୁଛି । ମାର୍ଚ୍ଚ ୩ ତାରିଖରେ ହିଁ ଦୋଷୀକୁ ଫାଶୀ ଦିଆଯିବ ବୋଲି ଆଶା କରୁଛି।

ଆଜି ଏକ ଘଣ୍ଟା ପର୍ଯ୍ୟନ୍ତ ପଟିଆଲା ହାଉସ କୋର୍ଟରେ  ଡେଥ୍ ୱାରେଣ୍ଟ ଜାରି ନେଇ ଚାଲିଥିଲା ଶୁଣାଣି । ପରେ ଫାଶୀ ତାରିଖ ଘୋଷଣା କରିଥିଲେ କୋର୍ଟ । ୩ ଦୋଷୀ ଅକ୍ଷୟ, ବିନୟ, ମୁକେଶଙ୍କ କ୍ଷମା ପ୍ରାର୍ଥନା ପୂର୍ବରୁ ଖାରଜ ହୋଇସାରିଛି । ଜଣେ ଦୋଷୀ ପବନଙ୍କ କ୍ଷମା ପ୍ରାର୍ଥନା, କ୍ୟୁରେଟିଭ ପିଟିସନ ଆବେଦନ କରିବାକୁ ବାକି ରହିଛି । ସରକାରୀ ଓକିଲଙ୍କ ପକ୍ଷରୁ କୁହାଯାଇଛି ଯେ  ଦିଲ୍ଲୀ  ହାଇକୋର୍ଟ ଦୋଷୀଙ୍କୁ ଆଇନଗତ ବିକଳ୍ପ ଲାଗି  ଦେଇଥିବା ସମୟ ୧୨ ଫେବ୍ରୁଆରିରେ ଶେଷ ହୋଇଯାଇଛି । ଏବେ କୌଣସି ଦୋଷୀଙ୍କ ଆବେଦନ କୌଣସି କୋର୍ଟରେ ନାହିଁ । ଯାହା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଛି।

ଗତ ବୁଧବାର ଦିନ ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି ପାଇଁ ଆଗତ କରା ଯାଇଥିବା ଏହି ମାମଲାର ଶୁଣାଣିକୁ ଆଜି ଅଦାଲତ ଶେଷ କରିବା ସହ ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ଅପରାହ୍ଣରେ ବିଚାରପତି ଏହି ସଂରକ୍ଷିତ ରାୟକୁ ଘୋଷଣା କରିବା ସହ ଏହି ନୂତନ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର