ନିର୍ଭୟା ଦୋଷୀ ପୁଣି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ: ଦ୍ବିତୀୟ ବାର କ୍ୟୁରେଟିଭ୍‌ ପିଟିସନ ଦାଖଲ ପାଇଁ ଅନୁମତି ମାଗିଲା ମୁକେଶ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ଫାଶୀ ତାରିଖ ଧାର୍ଯ୍ୟ ହେବା ସତ୍ତ୍ବେ ଏହା କାର୍ଯ୍ୟକାରୀ ହେବାନେଇ ଅନିଶ୍ଚିତତା ଜାରି ରହିଛି। ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂହ ନିଜ ପୁରୁଣା ଓକିଲଙ୍କ ବିରୋଧରେ ଅଭିଯୋଗ ଆଣି ପୁଣି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କ୍ୟୁାରେଟିଭ୍‌ ପିଟିସନ ଦାଖଲ କରିବା ପାଇଁ ୩ ବର୍ଷ ସମୟସୀମା ଥାଏ ବୋଲି ଓକିଲ କହିନଥିବା ମୁକେଶ ଦର୍ଶାଇଛି ଏବଂ ପୁଣି ଥରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିବାକୁ ଆବେଦନ କରିଛି।

ମୁକେଶର ଓକିଲ ଏମ୍‌ଏଲ୍‌ ଶର୍ମାଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନରେ ଭାରତ ସରକାର, ଦିଲ୍ଲୀ ସରକାର ଏବଂ ଏମିକସ କ୍ୟୁରି (କୋର୍ଟ ପରାମର୍ଶଦାତା)ଙ୍କୁ ପ୍ରତିବାଦୀ ଭାବେ ଦର୍ଶାଯାଇଛି। ଏହି ଆବେଦନରେ ମୁକେଶ କହିଛି ଯେ ସେ ଷଡ଼ଯନ୍ତ୍ରର ଶିକାର ହୋଇଛି ଏବଂ କ୍ୟୁରେଟିଭ୍‌ ପିଟିସନ ମାମଲାରେ ଓକିଲ ତାଙ୍କୁ ଅନ୍ଧାରରେ ରଖିଥିଲେ। ଦୋଷୀମାନଙ୍କୁ ୨୦ ମାର୍ଚ୍ଚରେ ଫାଶୀ ଦେବାପାଇଁ ପଟିଆଲା ହାଉସ୍‌‌ କୋର୍ଟ ଗତକାଲି ଡେଥ୍‌ ୱାରେଣ୍ଟ୍‌ ଜାରି କରିଥିବା ବେଳେ ଏବେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଉପରେ ହିଁ ସବୁକିଛି ନିର୍ଭର କରୁଛି।

ସମ୍ବନ୍ଧିତ ଖବର